୩. ୪ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସଲଫେଟ୍ ବଟିକା ଦାନ ଦେବ ଆମେରିକାସ୍ଥିତ ଭାରତୀୟ ବଂଶୋଦ୍ଭବଙ୍କ ଔଷଧ କମ୍ପାନି

ୱାସିଂଟନ୍: ଆମେରିକାରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଔଷଧ କମ୍ପାନି ନ୍ୟୁୟର୍କ ଏବଂ ଲୁଇସିଆନା ସମେତ କରୋନାଭାଇସର୍ ଆକ୍ରାନ୍ତ ଆମେରିକାର ଅନ୍ୟାନ୍ୟ ପ୍ରଦେଶକୁ ୩. ୪ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସଲଫେଟ୍ ବଟିକା ଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ।

ନିଉ ଜର୍ସିଠାରେ ଥିବା କୋଟିପତି ଚିରାଗ ଏବଂ ଚିଣ୍ଟୁ ପଟେଲଙ୍କ ଏହି ଔଷଧ କମ୍ପାନି ଆମନିଲ୍ ଫାର୍ମାସ୍ୟୁଟିକାଲସ୍ ତା’ର କେତୋଟି କାରଖାନାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସଲଫେଟ୍ ପ୍ରସ୍ତୁତ କରିବ ବୋଲି ଘୋଷଣା କରିଛି । ଏପ୍ରିଲ୍ ମଧ୍ୟଭାଗ ସୁଦ୍ଧା ପ୍ରାୟ ୨୦ ନିୟୁତ ବଟିକା ଉତ୍ପାଦନ ହୋଇ ପାରିବ ବୋଲି କମ୍ପାନି ଆଶା କରିଛି ।

ସମଗ୍ର ଆମେରିକାରେ ଥିବା ଆମନଲର ଖାଉଟି ଏବଂ ପାଇକାରୀ ଗ୍ରାହକମାନଙ୍କୁ ଏହି ବଟିକା ସବୁ ଉପଲବ୍ଧ ହେବ । ଏହାଛଡ଼ା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସଲଫେଟ୍ ଆବଶ୍ୟକ କରୁଥିବା ବଡ଼ ବଡ଼ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଏହା ସିଧାସଳଖ ଯୋଗାଇ ଦିଆଯିବ ବୋଲି କମ୍ପାନି ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର