ମାଲେ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତର ଏହି ଆଭ୍ୟନ୍ତରୀଣ ମାମଲାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ପାକିସ୍ତାନ ସବୁ ପ୍ରୟାସ ଚଳାଇଛି। ହତାଶ ପାକିସ୍ତାନ ଏବେ ମାଳଦ୍ବୀପ ସଂସଦରେ ମଧ୍ୟ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ କଶ୍ମୀରରେ ମାନବାଧିକାର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି। ମାଳଦ୍ବୀପରେ ଏବେ ଚାଲିଥିବା ବାଚସ୍ପତି ସମ୍ମିଳନୀରେ ଆଜି ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତୀୟ ପ୍ରତିନିଧି ଦଳ ଏହାର ଜୋର୍ଦାର ବିରୋଧ କରିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପାକିସ୍ତାନକୁ କହିଥିଲେ, ଯେଉଁ ଦେଶ ନିଜର ନାଗରିକଙ୍କୁ ବର୍ବରତାର ସହ ହତ୍ୟା କରୁଛି, ସେହି ଦେଶ ମାନବାଧିକାର ଉପରେ କହିବା ଅଧିକାର ନାହିଁ। ସେ ପାକିସ୍ତାନକୁ ସୀମାପାର ଆତଙ୍କବାଦ ବନ୍ଦ କରିବାକୁ ମଧ୍ୟ କହିଥିଲେ। ଆତଙ୍କବାଦ ଏବେ ପାକିସ୍ତାନର ରାଷ୍ଟ୍ରନୀତି ପାଲଟି ଯାଇଥିବାରୁ ଏହା ସମସ୍ତ ପଡ଼ୋଶୀଙ୍କ ପାଇଁ ବଡ଼ ବିପଦର କାରଣ ହୋଇଛି ବୋଲି ହରିବଂଶ କହିଥିଲେ।
ମାଳଦ୍ବୀପ ସଂସଦରେ ପାକିସ୍ତାନ ଉଠାଇଲା କଶ୍ମୀର ପ୍ରସଙ୍ଗ
ଭାରତର କଡ଼ା ଜବାବ