କାନାଡ଼ାରେ ଭାରତୀୟଙ୍କ ଚୀନ୍‌ ବିରୋଧୀ ଆନ୍ଦୋଳନ, ଚୀନ୍‌ ବିଶ୍ବର ସବୁଠୁ ବଡ଼ ଜମି ମାଫିଆ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ବିବାଦ ଲାଗି ରହିଥିବା ବେଳେ କାନାଡ଼ାରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ଚୀନ୍‌ ବିରୋଧୀ ଆନ୍ଦୋଳନ ହୋଇଛି। ଭାରତୀୟମାନେ ଚୀନ୍‌ ବିରୋଧୀ ସ୍ଲୋଗାନ୍‌ ଦେବା ସହ ଚୀନ୍‌ ସାରା ବିଶ୍ବ ପାଇଁ ଏକ ବିପଦ ହୋଇଛି ବୋଲି କହିଛନ୍ତି। ‘ ବ୍ୟାକ୍‌ ଟୁ ଚାଇନା’ ଏବଂ ‘ଷ୍ଟପ୍‌ କିଲିଂ ପିପୁଲ୍‌ ଇନ୍‌ ଇଣ୍ଡିଆ’ ପ୍ଲାକାର୍ଡ ଏବଂ ତ୍ରିରଙ୍ଗା ଧରି ଭାରତୀୟମାନେ ଚୀନ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚୀନ୍ ସ୍ବାଧୀନ ବିଶ୍ବ ପାଇଁ ଏକ ବିପଦ। ବିଶ୍ବ ଶାନ୍ତିରେ ଏହା ବାଧା ଉପୁଜାଇଛି। ଚୀନ୍‌ ବିଶ୍ବର ସବୁଠୁ ବଡ଼ ଜମି ମାଫିଆ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ବଡ଼ ଭୂଖଣ୍ଡ ଥିବା ସତ୍ତ୍ବେ ଚୀନ୍‌ ଅକ୍ସା‌ଇ ଚୀନ୍‌କୁ ଅକ୍ତିଆର କରିଛି। ଚୀନ୍‌ ଷଡ଼ଯନ୍ତ୍ର କରି ଭାରତୀୟ ‌ସୈନିକଙ୍କୁ ଆକ୍ରମଣ କରୁଛି, କିନ୍ତୁ ଭାରତର ସୈନିକ ମଧ୍ୟ ଚୀନ୍‌କୁ କଡ଼ା ଜବାବ ଦେଇଛନ୍ତି। ଆନ୍ଦୋଳନକାରୀମାନେ ଚୀନ୍‌ ଦ୍ରବ୍ୟ ବର୍ଜନ କରିବାପାଇଁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର