ଚାଇନିଜ୍ ଆପ୍‌ଗୁଡ଼ିକୁ ବ୍ୟାନ୍ କରାଯିବା ପରେ ବଢ଼ି‌ଛି ସ୍ବଦେଶୀ ଆପ୍‌ର ଚାହିଦା, ବୃଦ୍ଧି ପାଉଛି ଡାଉନ୍‌ଲୋଡ୍ ଓ ସାଇନ୍‌ଇନ୍‌

ନୂଆଦିଲ୍ଳୀ: ଦେଶରୁ ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରାଯିବା ପରେ ସ୍ବଦେଶୀ ଆପ୍‌ଗୁଡ଼ିକର ଚାହିଦା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସେୟାର୍‌ଚାଟ୍‌, ରୋପସୋ, ଚିଙ୍ଗାରି ଓ ଗୋସୋସିଆଲ୍‌ ଭଳି ଆପ୍‌ଗୁଡ଼ିକୁ ଏବେ ଭାରତୀୟମାନେ ବେଶି ଡାଉନ୍‌ଲୋଡ୍‌ କରୁଛନ୍ତି ବୋଲି ସୂଚନା ରହିଛି। ଚାଇନିଜ୍‌ ଆପ୍‌ଗୁଡ଼ିକ ବ୍ୟ‌ାନ୍‌ ହେବା ପରେ ବ୍ୟବହାରକାରୀମାନେ ଏହି ସବୁ ସ୍ବଦେଶୀ ଆପ୍‌ରେ ସଇନ୍‌ ଇନ୍‌ କରୁଛନ୍ତି ବୋଲି ଜାଣିବାକୁ ମିଳିଛି।

Zee Business

ସୋମବାର ସଂଧ୍ୟାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଲୋକପ୍ରିୟ ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ ସମେତ ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ କରାଯିବା ଘୋଷଣା କରାଯିବା ପରେ କେହି କେହି ଏହାକୁ ସମର୍ଥନ କରିଥିବା ବେଳେ ଅ‌ାହୁରି କେହି କେହି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଗତ କିଛି ଦିନ ହେବ ଭାରତ- ଚୀନ ମଧ୍ୟରେ ସୀମା ସଂଘର୍ଷ ଉପୁଜିଥିବା ହେତୁ ଭାରତ ସରକାର ଚୀନକୁ ଉଚିତ୍ ଜବାବ ଦେବାକୁ ଦେଶ‌ରୁ ୫୯ ଚାଇନିଜ୍‌ ଆପ୍‌କୁ ବ୍ୟାନ୍ କରିଛନ୍ତି।

ଲଦାଖ ସୀମାରେ ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ଚୀନ୍‌କୁ ମହଙ୍ଗା ପଡ଼ିଛି। କେନ୍ଦ୍ର ସରକାର ଚୀନ୍‌ର ଅର୍ଥନୀତି ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ୟ ଭାରତ ସରକାର ଟିକ୍‌ଟକ, ହ୍ୟାଲୋ ଓ ଲାଇକି ଭଳି ୫୯ଟି ଚାଇନିଜ୍‌ ଆପ୍‌କୁ ଦେଶରେ ନିଷିଦ୍ଧ ଘୋଷଣା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଟିକ୍‌ଟକ୍‌କୁ ଭାରତରେ ସର୍ବାଧିକ ଲୋକ ଡାଉନଲୋଡ୍‌ କରିଥିଲେ। ଏହି ଆପ୍‌କୁ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା। ଆପ୍‌ଗୁଡ଼ିକ‌ ଜରିଆରେ ଚୀନ୍‌ କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷକରି ଯୁବଗୋଷ୍ଠୀ ଟିକ୍‌ଟକ୍‌ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଟିକ୍‌ଟକ୍‌ ବ୍ୟବହାର କରୁଥିଲେ। ଏହା ବ୍ୟାନ୍‌ ହେବା ଫଳରେ ଚୀନର ଅର୍ଥନୀତିକୁ ଧକ୍କା ଲାଗିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର