ଭାରତୀୟ ସେନା ଧର୍ମନିରପେକ୍ଷ ଓ ମାନବିକ ଅଧିକାରକୁ ଯଥେଷ୍ଟ ସମ୍ମାନ ଦେଇଥାଏ: ସେନା ମୁଖ୍ୟ ବିପିନ ରାୱତ

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବଳର ମାନବ ଅଧିକାର ଆଇନ୍‌ ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଓ ସଶସ୍ତ୍ର ବଳ ଅତ୍ୟନ୍ତ ଧର୍ମନିରପେକ୍ଷ ବୋଲି ନେସ୍‌ନାଲ୍‌ ହ୍ୟୁମାନ୍‌ ରାଇଟ୍ସ କମିସନ୍‌(ଏନ୍‌ଏଚ୍‌ଆର୍‌ସି)ର ଏକ ଉତ୍ସବରେ ଯୋଗ ଦେଇ ଶୁକ୍ରବାର ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାୱତ କହିଛନ୍ତି। ଭାରତୀୟ ସେନା ସଂପର୍କରେ ରାୱତ କହିଛନ୍ତି, ‘ମାନବିକ ଅଧିକାରର ସୁରକ୍ଷା ଆମର ମୂଲ୍ୟବୋଧ। ଭାରତୀୟ ସେନା, ବାୟୁସେନା ଓ ‌ନୌସେନା ଏହି ମୂଲ୍ୟବୋଧକୁ ଅନୁସରଣ କରୁଛନ୍ତି।

ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନକାରୀଙ୍କୁ ଆକ୍ଷେପ କରି ଗୁରୁବାର ରାୱତ କହିଥିଲେ, ‘ଲୋକମାନଙ୍କୁ ଉଚିତ ମାର୍ଗରେ ନେଉଥିବା ବ୍ୟକ୍ତିମାନେ ପ୍ରକୃତ ନେତା। ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭୁଲ ମାର୍ଗରେ ପରିଚାଳିତ କରି ବିରୋଧ ନାମରେ ହିଂସା ସୃଷ୍ଟି କରିବା ନେତାପଣିଆ ନୁହେଁ।’

Firstpost

ଏହାବ୍ୟତୀତ ପୃଥିବୀର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ର ସାଲ୍‌ଟୋର ରିଜ୍‌ରେ  ବିଯୁକ୍ତ ୧୦ରୁ  ବିଯୁକ୍ତ ୪୫ ଡିଗ୍ରି ତାପମାତ୍ରାରେ ରହି ଦେଶକୁ ସୁରକ୍ଷା ଦେବାକୁ ମୁତୟନ ହୋଇଥିବା ସୈନିକମାନଙ୍କୁ ରାୱତ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୀମାରେ ବାରମ୍ବାର ପାକିସ୍ତନର ଅସ୍ତ୍ର ବିରତି ଉଲ୍ଲଂଘନକୁ ନେଇ ନିକଟରେ ଚିନ୍ତା ପ୍ରକଟ କରିଥିଲେ ସେନାମୁଖ୍ୟ ବିପିନ ରାୱତ। ସେ କହିଥିଲେ କି ସୀମାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହାକୁ ଆୟତ୍ତ ନ କଲେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ।

ସମ୍ବନ୍ଧିତ ଖବର