ଚୀନ୍ ସାମରିକ ବିଶେଷଜ୍ଞଙ୍କ ସ୍ବୀକାର : ବିଶ୍ବର ସବୁଠୁ ଅଭିଜ୍ଞ ପାର୍ବତ୍ୟବାହିନୀ ଭାରତୀୟ ସେନାରେ

ନୂଆଦିଲ୍ଲୀ : ସମ୍ପ୍ରତି ଲଦାଖ୍‌ର ପୂର୍ବା‌ଞ୍ଚଳ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଣେ ଚୀନ୍ ସାମରିକ ବିଶେଷଜ୍ଞ ଭାରତୀୟ ସେନାଙ୍କୁ ପ୍ରଶଂସାରେ ପୋତିଦେବା ଖବର ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ପାର୍ବତ୍ୟା‌ଞ୍ଚଳରେ ଏଭଳି ବିଶ୍ବର ସବୁଠୁ ଅଭିଜ୍ଞ ଏବଂ ସର୍ବାଧିକ ସାମରିକ ଶକ୍ତି ପ୍ରଦର୍ଶନ କରି ପାରୁଥିବା ଯବାନ ଭାରତୀୟ ସେନାବାହିନୀରେ ହିଁ ରହିଛନ୍ତି ବୋଲି ମଡର୍ଣ୍ଣ ୱିପନାରି ମାଗାଜିନ୍‌ର ବରିଷ୍ଠ ସମ୍ପାଦକ ହୁଆଙ୍ଗ୍ ଗୋଉଝି କହିଛନ୍ତିା ସାର୍ବଜନୀନ ଭାବେ ଜଣେ ଚୀନ୍ ସାମରିକ ବିଶେଷଜ୍ଞଙ୍କ ଠାରୁ ଏପରି ପ୍ରଶଂସା ସାଉଁଟିବା ଭାରତୀୟ ସେନା ପାଇଁ ବିରଳ ଘଟଣା ନିଶ୍ଚୟ। ତେବେ ବିଶେଷ କରି ତିବ୍ବତ ସୀମାରେ ବିଭିନ୍ନ ପାର୍ବତ୍ୟା‌ଞ୍ଚଳ ଓ ଉପତ୍ୟକାମାନଙ୍କରେ ଭାରତୀୟ ଯବାନମାନେ ଆବଶ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପରିବେଶ ସହ ଖାପଖୁଆଇବାରେ ସିଦ୍ଧହସ୍ତ ବୋଲି ଗୋଉଝି ସ୍ବୀକାର କରିଛନ୍ତିା ଏପରିକି ଆମେରିକା, ଋଷିଆ କି ୟୁରେପୀୟ ଦେଶମାନଙ୍କରେ ଏଭଳି ସୁଦକ୍ଷ ସୈନିକ ଦେଖାଯାଆନ୍ତି ନାହିଁ ବୋଲି ସେ କହିଛନ୍ତିା ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ସୀମା ଉେତ୍ତଜନାକୁ ଶାନ୍ତିପୂର୍ଣ୍ଣ ଭାବେ ହ୍ରାସ କରିବା ପାଇଁ ବୁଧବାର ଦ୍ବିପାକ୍ଷିକ ସାମରିକସ୍ତରୀୟ ଆଲୋଚନା ଆରମ୍ଭ ହେବା ପୂର୍ବରୁ ଗୋଉଝିଙ୍କର ଏଭଳି ଟିପ୍ପଣୀ ଭାରତୀୟ ସେନାଙ୍କ ମନୋବଳ ବଡ଼ାଇବା ସହ ଯଥେଷ୍ଟ ଗୁରୁତ୍ବ ବହନ କରୁଛିା

ଭାରତୀୟ ସେନା ଦ୍ବାରା ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ପାର୍ବତ୍ୟବାହିନୀର ଯବାନମାନେ ବିଶେଷ କରି ଚୀନ୍ ସୀମାରେ ପରାକ୍ରମ ଦେଖାଇବା ପାଇଁ ନିୟୋଜିତ। ମୋଟ ୧୨ଟି ଡିଭିଜନ୍‌ରେ ପ୍ରଶିକ୍ଷିତ ପାଇଥିବା ଦୁଇ ଲକ୍ଷରୁ ଅଧିକ ସଂଖ୍ୟକ ଭାରତର ଏହି ପାର୍ବତ୍ୟ ବଳ ବିଶ୍ବର ସର୍ବଶ୍ରେଷ୍ଠ ବୋଲି ଗୋଉଝିି କହିଛନ୍ତିା ପାରିପାର୍ଶ୍ବିକ ସ୍ଥିତିରୁ କୌଣସି ପାର୍ବତ୍ୟ ଉପତ୍ୟକାରେ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନା କରିବା ଯେ କୌଣସି ଦେଶର ସେନାବାହିନୀ ପାଇଁ ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଥିିବା ବେଳେ ଭାରତୀୟ ପାର୍ବତ୍ୟ ବାହିନୀ ଅନାୟାସରେ ସେ ସବୁ ଅତିକ୍ରମ କରିବାରେ ପାରଙ୍ଗମ।

ସମ୍ବନ୍ଧିତ ଖବର