ନୂଆଦିଲ୍ଲୀ: ଭାରତୀୟ ସେନାରେ ଖୁବ୍ ଶୀଘ୍ର ସାମିଲ ହେବେ ମହିଳା ପାଇଲଟ୍। ପ୍ରଥମ ଥର ପାଇଁ ମହିଳା ପାଇଲଟଙ୍କୁ ସେନାରେ ସାମିଲ କରାଯିବ, ଯେଉଁମାନେ ସୀମାରେ ହେଉଥିବା ଅପରେସନରେ ଭାଗ ନେବେ। ମଙ୍ଗଳବାର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଏହି ସୂଚନା ଦେଇଛନ୍ତି। ଜେନେରାଲ୍ ନରୱାଣେ କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ମି ଆଭିଏସନରେ ପାଇଲଟ୍ ଭାବରେ ଅନ୍ତର୍ଭୁକ୍ତ କରାଯିବ। ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ମାସରେ ମୁଁ ଏକ ପ୍ରସ୍ତାବ ଦେଇଥିଲି ଯେ ସେନା ବିମାନ ଚଳାଚଳରେ ମହିଳା ଅଧିକାରୀ ନିଯୁକ୍ତି ପାଇପାରିବେ। ଚଳିତ ବର୍ଷ ଜୁଲାଇରୁ ବିମାନ ଚଳାଚଳ ପାଇଁ ପ୍ରଶିକ୍ଷଣ ଦିଆଯିବା କାମ ଆରମ୍ଭ ହେବାକୁ ଥିବା ବେଳେ ସେଥିରେ ମହିଳା ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ। ବର୍ଷେ ତାଲିମ ନେବା ପରେ ସେମାନେ ଡ୍ୟୁଟିରେ ଯୋଗ ଦେଇ ପାରିବେ। ମଙ୍ଗଳବାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ନରୱାଣେ ଏହା ପ୍ରକାଶ କରିଛନ୍ତି।
aajtakଏବେ ମହିଳାମାନେ ଆର୍ମି ଆଭିଏସନ କର୍ପସରେ ଗ୍ରାଉଣ୍ଡ ଡ୍ୟୁଟିର ଅଛନ୍ତି। ଭାରତୀୟ ବାୟୁସେନାରେ ବର୍ତ୍ତମାନ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ୧୦ଜଣ ମହିଳା ପାଇଲଟ୍ ଥିବାବେଳେ ନୌସେନାର ମହିଳାମାନେ ଡର୍ନିଅର୍ ଜାହାଜ ଉଡାଉଛନ୍ତି। ୧୦ଯୁଦ୍ଧ ବିମାନ ପାଇଲଟଙ୍କ ବ୍ୟତୀତ ବାୟୁସେନାରେ ୧୧୧ ମହିଳା ପାଇଲଟ ଅଛନ୍ତି ଯେଉଁମାନେ ପରିବହନ ବିମାନ ଏବଂ ହେଲିକପ୍ଟର ଉଡ଼ାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-81.jpg)