ଭାରତୀୟ ସେନା ଆକ୍ରମଣରେ ପାକ୍‌ ଆର୍ମି ପୋଷ୍ଟ ଧ୍ୱଂସ

ଶ୍ରୀନଗର: ନିୟନ୍ତ୍ରଣରେଖା ସେପଟେ ରହି ବାରମ୍ବାର ଗୁଳି ଚଳାଉଥିବା ପାକିସ୍ତାନ ସେନାକୁ ଦୃଢ ଜବାବ ଦେଇଛି ଭାରତୀୟ ସେନା ଓ ବିଏସଏଫ । ପୀର ପଞ୍ଜାଲ ରେଞ୍ଜ ଅଧିନସ୍ଥ ହାଜିପୀର ଅଂଚଳରେ ଭାରତୀୟ ସେନା ପ୍ରବଳ ଆକ୍ରମଣ ଚଳାଇ ପାକିସ୍ତାନର ଏକ ସେନା ପୋଷ୍ଟକୁ ଧ୍ୱଂସ କରିଦେଇଛି ।

ଆଜି ପୀର ପଞ୍ଜାଲ ରେଞ୍ଜରେ ଉଭୟ ପକ୍ଷରୁ ପ୍ରବଳ ଗୁଳିବିନିମୟ ହୋଇଥିଲା । ପାକିସ୍ତାନର ବର୍ଡର ଆକ୍ସନ ଟିମ ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ ହୋଇଥିଲା । ପାକିସ୍ତାନ ପକ୍ଷରୁ ପ୍ରବଳ ମୋର୍ଟାର ମାଡ କରାଯାଇଥିଲା । ଏହି ଗୁଳି ବର୍ଷଣରେ ୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । କିନ୍ତୁ ସତର୍କ ଭାରତୀୟ ସେନା ଓ ବିଏସଏଫ କମାଣ୍ଡୋମାନଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହେବା ସହ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହା ସହିତ ସେନା ଦ୍ୱାରା ଆତଙ୍କବାଦୀଙ୍କ ପାଖରୁ ପ୍ରବଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଗତ ୧୦ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ମାନଙ୍କ ପକ୍ଷରୁ କରାଯାଇଥିବା ସୁଞ୍ଜୁଆନ ଆର୍ମି କ୍ୟାମ୍ପ ଆକ୍ରମଣ ପରି ଆଉ ଏକ ଆକ୍ରମଣ କରିବା ଯୋଜନାରେ ରହିଥିବା ଜଣାଯାଇଛି । ସେନା ସୁତ୍ରରୁ ଜଣାପଡିଛି ଯେ ସୀମା ସେପଟେ ପ୍ରାୟ ୪୦୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି ।

ସମ୍ବନ୍ଧିତ ଖବର