କଶ୍ମୀରର ମାଆମାନେ ତାଙ୍କ ପୁଅକୁ ଆତଙ୍କବାଦରେ ସାମିଲ୍‌ ହେବାରୁ ରୋକନ୍ତୁ: ଭାରତୀୟ ସେନା ଅଧିକାରୀ

ଶ୍ରୀନଗର: କଶ୍ମୀରର ମାଆମାନେ ନିଜ ପିଲାମାନଙ୍କୁ ଆତଙ୍କବାଦରେ ମିଶିବାକୁ ଦିଅନ୍ତୁ ନାହିଁ ବୋଲି ଶନିବାର ଜଣେ ଶୀର୍ଷସ୍ତରୀୟ ସେନା ଅଧିକାରୀ ଅନୁରୋଧ କରିଛନ୍ତି। ଯେଉଁମାନଙ୍କ ପୁଅ ଆତଙ୍କବାଦରେ ମିଶି ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ ବୋଲି ସେନା ଅଧିକାରୀ କହିଥିବା ଶୁଣିବାକୁ ମିଳିଛି।

ଶ୍ରୀନଗରସ୍ଥିତ ୧୫-କର୍ପସ ଜେନେରାଲ୍‌ ଅଫିସର୍‌ କମାଣ୍ଡିଂ(ସିଓଜି) ଲ୍ୟୁଟନାଣ୍ଟ୍‌ ଜେନେରାଲ୍‌ କେ ଜେ ଏସ୍‌ ଧିଲୋଁ କଶ୍ମୀର ଯୁବକମାନଙ୍କ ବାପାମାଆଙ୍କୁ ସେମାନଙ୍କ ପୁଅକୁ ଆତଙ୍କବାଦରେ ସାମିଲ୍‌ ହେବାରୁ ରୋକିବା ପାଇଁ ନିବେଦନ କରିଛନ୍ତି।

ସେ କହିଛନ୍ତି କି, ‘ମୁଁ ମୋ ହୃଦୟରୁ କହୁଛି। କଶ୍ମୀରର ସମସ୍ତ ମାଆମାନଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଅନୁରୋଧ କରୁଛି ଯେ ମେସାନେ ନିଜ ପୁଅକୁ ଆତଙ୍କବାଦରେ ସାମିଲ୍‌ ହେବାରୁ ରୋକନ୍ତୁ। ଯଦି ବି କେହି ସାମିଲ୍‌ ହୋଇ ଯାଇଛନ୍ତି ତାଙ୍କୁ ଫେରାଇ ଆଣନ୍ତୁ। ସେମାନଙ୍କ ନିରାପତ୍ତା ଦାୟିତ୍ୱ ମୁଁ ନେଉଛି।’

ସେ ଆହୁରି ବି କହିଛନ୍ତି ଯେ ଜୀବନ ହେଉଛି ଭଗବାନଙ୍କର ଏକ ସୁନ୍ଦର ଉପହାର। ଏହି ସୁନ୍ଦର ଉପହାରକୁ ନିଜ ପରିବାର ସହ ବାଣ୍ଟନ୍ତୁ। ଜୀବନକୁ ହସି ଖେଳି ନିଜ ପରିବାର ସହ ବିତାନ୍ତୁ।

ସମ୍ବନ୍ଧିତ ଖବର