ନୂଆଦିଲ୍ଲୀ : ସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଅଧ୍ୟକ୍ଷତାରେ ଆଜି ବରିଷ୍ଠ କମାଣ୍ଡରମାନଙ୍କ ହୋଇଥିବା ବୈଠକରେ ଲଦାଖ୍ରେ ଚୀନ୍ର ମୁକାବିଲା ନେଇ ରଣନୀତିର ଆଲୋଚନା ହୋଇଛି। ଭାରତ ଲଦାଖ୍ର କୌଣସି ଅଂଚଳରେ ଇଂଚେ ବି ପଛକୁ ଘୁଞ୍ଚିବ ନାହିଁ ଏବଂ ସୀମାରେ ସମସ୍ତ ନିର୍ମାଣ କାର୍ଯ୍ୟ ଯଥାରୀତି ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି। ଚୀନ୍ ସେନା ପୂର୍ବ ଲଦାଖ୍ରେ ଅତିକ୍ରମଣ ସହ ଯେଉଁ ଉତ୍ତେଜନା ସୃଷ୍ଟି କରିଛି, ଭାରତ ତାହାର ସଠିକ୍ ମୁକାବିଲା କରିଛି ଏବଂ ଆଗକୁ ଚୀନ୍ ସେନାର ଯେ କୌଣସି ଅନୁପ୍ରବେଶକୁ ପଣ୍ଡ କରିଦେବାକୁ ଭାରତ ପ୍ରସ୍ତୁତ ରହିଛି। ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ୫ ହଜାର ସୈନ୍ୟ ଠୁଳ କରିଥିବା ବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ସେନା ଉପସ୍ଥିତ ରଖିଛି ଏବଂ ଚୀନ୍ର ପ୍ରତିଟି ଗତିବିଧି ଉପରେ ଅହରହ ନଜର ରଖିଛି। ଚୀନ୍ ଏଲଏସି ଉଲ୍ଲଂଘନ କରିବା ପାଇଁ ନାନା ବାହାନା କରି ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସର୍ତ୍ତ ରଖୁଛି। ଅଧିକାରୀସ୍ତରୀୟ ଆଲୋଚନାରେ ଚୀନ୍ର ସମସ୍ତ ଚାଲ୍ ଧରା ପଡ଼ିଯାଇଛି।
ବରିଷ୍ଠ କମାଣ୍ଡରଙ୍କ ସହ ସେନାମୁଖ୍ୟଙ୍କ ବୈଠକ : ଇଞ୍ଚେ ବି ପଛକୁ ହଟିବନି ଭାରତ
/sambad/media/post_attachments/wp-content/uploads/2020/05/naravane-pti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)