ନୌଗାମ୍‌ ସେକ୍ଟର୍‌ରେ ପାକିସ୍ତାନ ବର୍ଡର୍‌ ଆକ୍‌ସନ୍‌ ଟିମ୍‌ ଆକ୍ରମଣକୁ ଭଣ୍ଡୁର କଲା ଭାରତୀୟ ସେନା

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ନୌଗାମ୍‌ ସେକ୍ଟର୍‌ସ୍ଥିତ ଫର୍‌ଓ୍ଵାର୍ଡ ପୋଷ୍ଟ୍‍ ଉପରେ ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନା ସଫଳତାର ସହ ଭଣ୍ଡୁର କରିଥିବା କଥା ସୋମବାର ଦିନ ସୂଚନା ଦେଇଛି।

ଆର୍ମି କହିବା ଅନୁସାରେ, ପାକିସ୍ତାନର ବର୍ଡର୍‌ ଆକ୍‌ସନ୍‌ ଟିମ୍‌ (ବିଏଟି) ଘନ ଜଙ୍ଗଲିଆ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶକାରୀଙ୍କୁ ପୂରାଇ ଫର୍‌ଓ୍ଵାର୍ଡ ପୋଷ୍ଟ୍‍ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଉଚ୍ଚ କ୍ଷମତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର ପୂର୍ବକ ଗୁଳି ଚାଳନା କରି ପାକିସ୍ତାନୀ ପୋଷ୍ଟ୍‍ ବିଏଟି ଟିମ୍‌କୁ କଡ଼ା ସୁରକ୍ଷା ଦେଇଥିଲା। କିନ୍ତୁ ନିୟନ୍ତ୍ରଣ ରେଖା ଆରପଟୁ କରାଯାଇଥିବା ଏହି ଯୋଜନାକୁ ଠାବ କରାଯାଇ ସମୁଚ୍ଚିତ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳରେ ପାକିସ୍ତାନୀ ସୈନିକ ବୋଲି ବିଶ୍ୱାସ କରାଯାଉଥିବା ସେ ଅନୁପ୍ରବେଶକାରୀମାନେ ଗୁଳି ଚୋଟରେ ମରିଥିଲେ। ଶବଗୁଡ଼ିକୁ ଫେରାଇ ନେଇ ଯିବା ଲାଗି ଭାରତୀୟ ସେନାବହିନୀ ଅନୁରୋଧ କରିବ।

ଅନୁପ୍ରବେଶକାରୀମାନେ ପାକିସ୍ତାନୀ ସୈନିକମାନଙ୍କ ଭଳି ଯୁଦ୍ଧ ପୋଷାକ ପିନ୍ଧିଥିଲେ ଏବଂ ପାକିସ୍ତାନୀ ମାର୍କା ଦିଆ ଜିନିଷ ରଖିଥିଲେ। କେତେକ ବିଏସ୍‌ଏଫ୍‌ ଏବଂ ପୁରୁଣାକାଳିଆ ଆଇଏ ପୋଷାକ ପିନ୍ଧିଥିଲେ। ଯାହା ଜଣାପଡୁଛି ସେମାନେ ଭାରତୀୟ ସେନା ଉପରେ ଜଘନ୍ୟ ଆକ୍ରମଣ କରି ଥାଆନ୍ତେ।

ସମ୍ବନ୍ଧିତ ଖବର