ପାକ୍‌କୁ ମୁହଁତୋଡ ଜବାବ ଦେବାକୁ ଭାରତ ପ୍ରସ୍ତୁତ, ଭାରତୀୟ ସେନାରେ ଦେଶୀ ବୋଫୋର୍ସ ଧନୁଷ ସାମିଲ୍‌

ନୂଆଦିଲ୍ଲୀ: ପାକିସ୍ତାନ ସହ ଯେକୌଣସି ପ୍ରକାରର ଯୁଦ୍ଧକାଳୀନ ସ୍ଥିତିରେ ଭାରତର ଦେଶୀ ବୋଫୋର୍ସ ଶତ୍ରୁକୁ ମୁହଁଭଙ୍ଗା ଜବାବ୍‌ ଦେଇପାରେ। ଭାରତୀୟ ସେନାରେ ଆଜି ଔପଚାରିକ ଭାବେ ୪ ଦେଶୀ ବୋଫୋର୍ସକୁ ସାମିଲ୍‌ କରାଯାଇଛି।  ଯାହାର ପ୍ରକୃତ ନାଁ ଧନୁଷ୍‌ ହାୱିଟଜର୍‌। ଧନୁଷ୍‌ ହାୱିଟଜର୍‌ ର ର୍ନିମାଣ ବୋଫୋର୍ସ ଅନୁସାରେ କରାଯାଇଛି। ଆପଣଙ୍କୁ କହିରଖୁଛୁ ବୋଫୋର୍ସ ୧୯୮୦ ଦଶନ୍ଧିରେ ଭାରତୀୟ ସେନାରେ ସାମିଲ୍‌ ହୋଇଥିଲା। ଆର୍ଡନେନ୍‌ସ ଫ୍ୟାକ୍ଟରି ଜବଲପୁରରେ ଏକ କାର୍ଯ୍ୟକ୍ରମରେ ଧନୁଷ୍‌କୁ ସେନାରେ ସାମିଲ୍‌ କରାଯିବ। ଆର୍ମି ତରଫରୁ ଏଭଳି ହତିଆର ପ୍ରସ୍ତୁତ ପାଇଁ ବରାଦ ଦିଆଯାଇଛି।

ଏହା ଯେକୌଣସି ଅସ୍ତ୍ରର ମୁକାବିଲା କରିବାର ସକ୍ଷମ ରଖୁଛି। ୨୦୧୫ ରେ ଭାରତରେ ଏହି ଦେଶୀ ବୋଫୋର୍ସର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସ୍ୱଦେଶୀ ତୋପ ଧନୁଷକୁ ବୋଫୋର୍ସଠାରୁ ଉନ୍ନତ ବୋଲି ମନେ କରାଯାଉଛି। ଧନୁଷର କେଲିବର ୧୫୫ ଏମଏମ୍‌ ଥିବାବେଳେ ଏହାର ରେଞ୍ଜ ୪୦ କି.ମି. ରହିଛି। ଏହା ଭାରତରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଲମ୍ବା ରେଞ୍ଜର ତୋପ ଅଟେ। ଦିନରାତି ଫାୟାରିଙ୍ଗ୍‌ କରିବାରେ ଏହା ମାର୍ହିର। ପାହାଡ ଅଞ୍ଚଳରେ ଏହି ତୋପକୁ ସହଜରେ ରଖାଯାଇ ଫାୟାରିଙ୍ଗ୍‌ କରାଯାଇପାରିବ। ଏହି ତୋପର ପରୀକ୍ଷଣ ଅନେକ ପ୍ରକାରର କଠିନ ପରିସ୍ଥିତିରେ କରାଯାଇପାରିବ।

ସମ୍ବନ୍ଧିତ ଖବର