ଇସ୍ରାଏଲ ସ୍ପାଇକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲକୁ ସାମିଲ କରିଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ଶକ୍ତି ବଢ଼ାଇବା ଲାଗି ଇସ୍ରାଏଲ ସ୍ପାଇକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲକୁ ସାମିଲ କରିଥିବା ଜଣାଯାଇଛି ।ସ୍ୱଦେଶୀ ସ୍ପାଇକ ମିସାଇଲ ନିର୍ମାଣ ହେବା ପରେ ଇଣ୍ଡିଆନ ଇନଫ୍ୟାଣ୍ଟ୍ରିରେ ସାମିଲ କରାଯିବ । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ୨୧୦ ସ୍ପାଇକ ମିସାଇଲକୁ ସାମିଲ କରିଛି।

ଏହାଛଡ଼ା ୧୦ରୁ ଅଧିକ ଲଂଚର ୧୦ ଦିନ ପୂର୍ବରୁ ଭାରତ ଆସିଥିବା ଜଣାଯାଇଛି । ସ୍ପାଇକ ମିସାଇଲର ମାରକ କ୍ଷମତା ହେଉଛି ୪ କିଲୋମିଟର । ସୂଚନାଯୋଗ୍ୟ ଚଳିତ ବର୍ଷ ଫେବୃୟାରୀ ୨୬ରେ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତୀୟ ସେନା ଏହି ସ୍ପାଇକକୁ କିଣିବାକୁ ମଂଜୁରି ଦେଇଥିଲା ।

Image result for drdo
image source-aajtak

ଯଦି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଆଗାମୀ ବର୍ଷ ସୁଦ୍ଧା ସ୍ୱଦେଶୀ ଜ୍ଞାନ କୌଶଳରେ ଏହାକୁ ସାମିଲ ଦେବ, ତା’ ହେଲେ ଇସ୍ରାଏଲ ମିସାଇଲର ଆବ୍ୟଶ୍ୟକତା ପଡ଼ିବ ନାହିଁ । ସୂଚନାଯୋଗ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ଡିଆରଡିଓ ଏଟିଜିଏମ୍ ମିସାଇଲର ସଫଳ ପରୀକ୍ଷଣ କରିଥିଲା।

ସମ୍ବନ୍ଧିତ ଖବର