ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ଲଖନପୁର ନିକଟରେ ଜାମ୍ମୁ-କାଶ୍ମୀର-ପଞ୍ଜାବ ସୀମାଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଆହତ ପାଇଲଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଯାନ୍ତ୍ରିକ ତ୍ରୁଟି ହେତୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ହେଲିକପ୍ଟରଟି ହାଲ୍ ନିର୍ମିତ ଧୃବ ଶ୍ରେଣୀର ବୋଲି ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Hindustan_ALH_Dhruv_India_-_Army_AN1546730.jpg)