ଭାରତୀୟ ସେନାର ଜୟ ଜୟକାରରେ କମ୍ପିଲା ବାଂଲାଦେଶର ଜାତୀୟ ଦିବସ ପରେଡ୍‌

ଢାକା: ବାଂଲାଦେଶରେ ଆଜି ୪୯ ତମ ବିଜୟ ଦିବସ ପାଳିତ ହୋଇଯାଇଛି । ୪୯ ବର୍ଷ ତଳେ ପୂର୍ବ-ପାକିସ୍ତାନ ପାକିସ୍ତାନଠାରୁ ଅଲଗା ହୋଇ ଏକ ସ୍ୱାଧୀନ ଦେଶ ବାଂଲାଦେଶରେ ପରିଣତ ହୋଇଥିଲା । ଏହି ଅବସରରେ ଢାକାଠାରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ ରାଷ୍ଟ୍ରପତି ଏମ.ଅବଦୁଲ ହମିଦ, ପ୍ରଧାନମନ୍ତ୍ରୀ ଶେଖ ହସିନା ପରେଡର ଅଭିବାଦନ ଗ୍ରହଣ କରିଥିଲେ । ତେବେ ଏବର୍ଷର ବିଜୟ ଦିବସ ଟିକିଏ ନିଆରା ଥିଲା । ଏଥର ପ୍ରଥମ ଥର ପାଇଁ ଭାରତୀୟ ସେନା ବାଂଲାଦେଶର ଜାତୀୟ ଦିବସ ପରେଡରେ ଅଂଶଗ୍ରହଣ କରିଥିଲା ।

Image : Indian embassey in Dhaka

ଭାରତୀୟ ସେନାର ଏକ ବ୍ୟାଣ୍ଡ୍‌ ଦଳ ଏଥିରେ ଅଂଶଗ୍ରହଣ କରିଥିଲା । ଏହି ଦଳ ‘ସାରେ ଜାହାଁସେ ଅଚ୍ଛା ହିନ୍ଦୁସ୍ତାଁ ହମାରା’ ସଂଗୀତ ପରିବେଷଣ କରିଥିଲା ।  ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ସେନାର ଏହି ବ୍ୟାଣ୍ଡ ଦଳର ନେତୃତ୍ୱ ନେଇଥିଲେ ଜଣେ ଓଡ଼ିଆ । ସେ ହେଉଛନ୍ତି ସୁବେଦାର ଲକ୍ଷ୍ମୀଧର ମହାପାତ୍ର ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ସେନାର ଏହି ବ୍ୟାଣ୍ଡ ଦଳର ନେତୃତ୍ୱ ନେଇଥିଲେ ଜଣେ ଓଡ଼ିଆ । ସେ ହେଉଛନ୍ତି ସୁବେଦାର ଲକ୍ଷ୍ମୀଧର ମହାପାତ୍ର ।

ପରେଡରେ ଭାରତୀୟ ସେନା ଅତିକ୍ରମ କରୁଥିବାବେଳେ ସମବେତ ଜନତା କରତାଳି ଦେବା ସହ ଭାରତୀୟ ସେନାର ଜୟ ଜୟକାର କରିଥିଲେ । ଏହି ଅବସରରେ ପରେଡର ଧାରା ବିବରଣୀ ପ୍ରଦାନ କରୁଥିବା ବ୍ୟକ୍ତି ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାରତୀୟ ସେନାର ଅବଦାନକୁ ବର୍ଣ୍ଣନା କରିଥିଲେ । କେବଳ ଭାରତୀୟ ସେନା ନୁହେଁ, ଏକ ୨୦ ଜଣିଆ ଏନସିସି ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲା ।

ସମ୍ବନ୍ଧିତ ଖବର