ପାକିସ୍ତାନ ‌ସେନା ଅଧିକାରୀଙ୍କ କବରର ମରାମତି କଲେ ଭାରତୀୟ ସେନା

ଶ୍ରୀନଗର: ଭାରତୀୟ ସେନା ନିକଟରେ ମାନବିକତାର ଏକ ପ୍ରମାଣ ଦେଖାଇଛି। ଭାରତୀୟ ସେନା ସବୁ କିଛି ଭୁଲି ଜାମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ନଷ୍ଟ ହୋଇଯାଇଥିବା ଜଣେ ପାକିସ୍ତାନୀ ‌ସେନା ଅଧିକାରୀଙ୍କ କବରର ମରାମତି କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି।

ସେନା କହିଛି ଯେ ପାକିସ୍ତାନୀ ‌ସେନା ଅଧିକାରୀ ଜଣେ ସହିଦ ସୈନ୍ୟ। ସେ ଯେକୌଣସି ଦେଶର ହୋଇଥାଆନ୍ତୁ ନା କାହିଁକି। ମୃତ୍ୟୁ ପରେ ସମ୍ମାନ ପାଇବାର ଅଧିକାର ଅଛି। ଭାରତୀୟ ସେନା ଏହି ବିଶ୍ୱାସ ସହିତ ଛିଡା ହୋଇଛି। ଏହା ହେଉଛି ଭାରତୀୟ ସେନାର ବିଶ୍ବକୁ ଏକ ବାର୍ତ୍ତା।

 

ଶ୍ରୀନଗରେ ଥିବା ଚିନାର କ୍ରପ୍ସ  ମରାମତି ହୋଇଥିବା କବରର କିଛି ଫଟୋ ଟୁଇଟରରେ ସେୟାର କରିଛନ୍ତି।

ଚିନାର କମାନ କବର ଫଟୋ ସେୟାର କରି ଲେଖିଛନ୍ତି, ପାକିସ୍ତାନ ସେନାର ସୀତାରା-ଇ-ଜୁରତର ମେଜର ମହମ୍ମଦ ଶବିର ଖାନଙ୍କ ସ୍ମୃତିରେ ଏହା କରାଯାଉଛି। ସେ ୧୯୭୨ ମେ’ ୫ରେ ନୌଗାମ ସେକ୍ଟର୍‌ରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର