ନୂଆଦିଲ୍ଲୀ: ଭାରତୀୟ ସେନା ଓ ଏହାର ଏକ ସହଯୋଗୀ ସ୍ୱେଚ୍ଛାସେବୀ ସଂଗଠନ (ସେଣ୍ଟର ଫର୍ ସୋସିଆଲ ରେସପନସିବିଲିଟି ଆଣ୍ଡ ଲିଡରସିପ୍ ଆଣ୍ଡ ପିଟ୍ରୋନେଟ୍) ପକ୍ଷରୁ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ କଶ୍ମୀର ସୁପର ୫୦’ ଯୋଜନା ଅଧୀନରେ ଦେଶର ଆଇଆଇଟି ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ହୋଇଥିବା ଯୁଗ୍ମ ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଚଳିତ ବର୍ଷ କଶ୍କୀରର ୩୨ ଜଣ ଛାତ୍ରଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଅଛନ୍ତି। ଦେଶର ୨୩ଟି ଆଇଆଇଟିରେ ଶିକ୍ଷାଗ୍ରହଣ କରିବା ପାଇଁ ଏହି ୩୨ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2018/06/army1.jpg)
ଆଇଆଇଟିରେ ଶିକ୍ଷାଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଏହି ୩୨ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍ ଭେଟିବା ସେମାନଙ୍କୁ ସେମାନଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଆଗାମୀ ଦିନରେ ଆହୁରି କଠିନରୁ କଠିନ ପରିଶ୍ରମ କରି ଦେଶ ଗଠନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତ ୨୦୧୩ରୁ ଭାରତୀୟ ସେନା ଓ ଏହାର ଏକ ସହଯୋଗୀ ସ୍ୱେଚ୍ଛାସେବୀ ସଂଗଠନ (ସେଣ୍ଟର ଫର୍ ସୋସିଆଲ ରେସପନସିବିଲିଟି ଆଣ୍ଡ ଲିଡରସିପ୍ ଆଣ୍ଡ ପିଟ୍ରୋନେଟ୍) ପକ୍ଷରୁ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ କଶ୍ମୀର ସୁପର ୫୦’ ଯୋଜନା ଅଧୀନରେ ଚଳିତ ବର୍ଷ ପଞ୍ଚମ ବ୍ୟାଚ୍ର ଛାତ୍ରଛାତ୍ରୀ ଭାବେ କଶ୍ମୀରର ଏହି ୩୨ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି। ଏହି ଯୋଜନା ଅଧୀନରେ ଏବେ ସେନା ପକ୍ଷରୁ ଆର୍ଥିକ ଓ ସାମାଜିକ ସ୍ତରରେ ଅନୁନ୍ନତ ଥାଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୭୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/army-1.jpg)