ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ବରଫରେ ସାନ୍ତାକ୍ଲଜ୍‌ ତିଆରି କରି ‘ଜିଙ୍ଗଲ୍‌ ବେଲ୍‌’ ଗୀତ ଗାଇ ନାଚିଲେ ଯବାନ

ଶ୍ରୀନଗର: ଆଜି ପୂରାଦେଶ ବଡ଼ଦିନ ପାଳନ କରୁଛି। ବଡ଼ଦିନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଛି। ଏହି କ୍ରମରେ ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ‘ଜିଙ୍ଗଲ୍‌ ବେଲ୍‌’ ଗୀତକୁ ବୋଲିବା ସହିତ ନାଚକୁଦ ବି କରୁଛନ୍ତି। କେବଳ ଏତିକି ନୁହେଁ ଯବାନମାନେ ବଡ଼ଦିନ ପାଳନ କରୁଥିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯବାନ ସାନ୍ତାକ୍ଲଜ୍‌ ପୋଷାକ ପିନ୍ଧି ଖୁବ୍‌ ଖୁସିରେ ନାଚୁଛନ୍ତି। ଏଥିସହିତ ଯବାନମାନେ ଖୁବ୍‌ ସୁନ୍ଦର ଭାବେ ବରଫରେ ସାନ୍ତାକ୍ଲଜ୍‌ ତିଆରି ବି କରିଛନ୍ତି।

Image result for indian-army-jawan-celebrate-christmas
Navbharat Times

ଏହି ୨ ମିନିଟ୍‌ ୧୧ ସେକେଣ୍ଡର ଭିଡ଼ିଓକୁ ଇତିମଧ୍ୟରେ ୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଅନେକ ଏହି ଭିଡିଓକୁ ପସନ୍ଦ କରିବା ସହିତ ନିଜନିଜର ସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି।

 

ବୁଧବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟୁଇଟ କରି ଦେଶବାସୀଙ୍କୁ ଖ୍ରୀଷ୍ଟମାସ୍‌ ପାଇଁ ଶୁଭେଚ୍ଛା ଜଣାଇ ‘ମେରି ଖ୍ରୀଷ୍ଟମାସ୍‌’ ବୋଲି ଲେଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଟୁଇଟ କରି ଦେଶବାସୀଙ୍କୁ ଖ୍ରୀଷ୍ଟମାସ ପାଇଁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର