ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟରେ ହ୍ବାଇଟ୍‌ ନାଇଟ୍‌ କର୍ପସ୍‌ ପ୍ରବକ୍ତା କହିଛନ୍ତି, ସେନା ଅପରେସନ ବେଳେ ସ୍ବତନ୍ତ୍ର ବାହିନୀର ହାବିଲଦାର ଗଜେନ୍ଦ୍ର ସିଂହ ଅଦମ୍ୟ ସାହସ ଓ ବୀରତା ପ୍ରଦର୍ଶନ କରିଥିଲେ। ଭାରତୀୟ ସେନାର ପରମ୍ପରା ଅନୁଯାୟୀ ସେ ବୀରତ୍ବ, ଦୁଃସାହସିକ ତଥା ଦେଶପାଇଁ ନିସ୍ବାର୍ଥପର ସେବା ଯୋଗାଇ ଦେଇଛନ୍ତି। ଜେନେରାଲ ଅଫିସର କମାଣ୍ଡିଂ (ଜିଓସି), ହ୍ବାଇଟ୍‌ ନାଇଟ୍‌ କର୍ପସ୍ ଓ ସେନା ସମସ୍ତ ପଦାଧିକାରୀଙ୍କ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ହାବିଲଦାର ସିଂହଙ୍କ ଶୋକସନ୍ତପ୍ତ ପରିବାର ପାଇଁ ସେନାପକ୍ଷରୁ ସମବେଦନା ବ୍ୟକ୍ତ କରାଯାଇଛି। ସେନା ଏହି ଦୁଃଖଦ ସମୟରେ ତାଙ୍କ ପରିବାର ସହିତ ରହିଛି ବୋଲି କୁହାଯାଇଛି।

Advertisment

ଆହୁରି ପଢନ୍ତୁ- Jagannath AI Video: ଜଗନ୍ନାଥଙ୍କ ସହ ଖେଳ ! ମହାପ୍ରଭୁଙ୍କ AI ଦୃଶ୍ୟ ଭାଇରାଲ... କ୍ରେନ୍‌ରେ ଦୁଗ୍ଧ ସ୍ନାନର ଭିଡ଼ିଓ କଲା କିଏ ? ହେବ କି କାର୍ଯ୍ୟାନୁଷ୍ଠାନ ?

କିସ୍ତୱାଡ଼ର ଚାତରୁର ସୋନ୍‌ ନାର୍‌ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନର ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀମାନେ ଲୁଚି ରହିଥିବାବେଳେ ରବିବାର ମଧ୍ୟାହ୍ନରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ମିଳିତ ଭାବେ ‘ଅପରେସନ ତ୍ରାଶି’ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ସେନାର ଜଣେ ହାବିଲଦାର ସହିଦ ହୋଇଥିବାବେଳେ ୭ ଜଣ ଆହତ ହୋଇଥିଲେ।

ଆହୁରି ପଢନ୍ତୁ- Action Against Engineer Death: ଖାତରେ ପଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ ମାମଲା, ବିଦାହେଲେ ନୋଏଡ଼ା କର୍ତ୍ତୃପକ୍ଷ ସିଇଓ