ଶ୍ରୀନଗର: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଆଜି କଶ୍ମୀରରେ ସେନାବାହିନୀର ସ୍ୱତନ୍ତ୍ର ଅଧିକାର ଆଇନ (ଅଫସ୍ପା) ପ୍ରତ୍ୟାହାରକୁ ମନା କରିଦେଇଛନ୍ତି ଏବଂ ଭାରତୀୟ ସେନାବାହିନୀ ବିଶ୍ୱରେ ସବୁଠୁ ଶୃଙ୍ଖଳିତ ବୋଲି କହିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆଡ଼ା ବଢ଼ୁଥିବାରୁ ଏବଂ ପରିସ୍ଥିତି ଦିନକୁ ଦିନ ଅଧିକ ସଙ୍ଗିନ ହେଉଥିବାରୁ ସେନାର ଉପସ୍ଥିତି ବୃଦ୍ଧି ପାଇବ। ଆତଙ୍କବାଦ ଏବଂ ପଥର ଫିଙ୍ଗାଳିଙ୍କ ସଂଖ୍ୟା ବଢ଼ିଲେ ପରିସ୍ଥିତି ମୁକାବିଲା ପାଇଁ ଜମ୍ମୁ କଶ୍ମୀରରେ ପୁଲିସଙ୍କ ସଂଖ୍ୟା ବୃଦ୍ଧି ପାଇବ କିନ୍ତୁ ଏମିତି ପରିସ୍ଥିତି ଆମେ ଦେଖିବାକୁ ଚାହୁଁନୁ ତେଣୁ ସେନାବାହିନୀର ଉପସ୍ଥିତି ବଢ଼ିବ ଏବଂ ସେନାର ସ୍ୱତନ୍ତ୍ର ଅଧିକାର ଆଇନକୁ ପ୍ରତ୍ୟାହାର କରିହେବନି ବୋଲି ମୁଫ୍ତି କହିଛନ୍ତି। ଅନ୍ୟପକ୍ଷରେ ଅଶାନ୍ତ ଜମ୍ମୁ-କଶ୍ମୀରରେ ସେନା ବିରୋଧୀ ଯୁବ ଗୋଷ୍ଠୀକୁ କ୍ଷମା ପ୍ରଦାନ କରିବା ସହ ଭୁଲର ପ୍ରାୟଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କୁ ଏକ ସୁଯୋଗ ଦେଇଛନ୍ତି। ସେନା ଓ ପୁଲିସ୍ କର୍ମୀଙ୍କ ଉପରକୁ ପଥରମାଡ଼ କରିବା ଘଟଣାରେ ୯,୩୭୦ ଜଣଙ୍କ ବିରୋଧରେ ଦାଏର ହୋଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ମେହବୁବା ମୁଫ୍ତିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆତଙ୍କବାଦୀ ଗୋଷ୍ଠୀ ସହ ସଂପୃକ୍ତ ଯୁବକଙ୍କ ବିରୋଧରେ ମାମଲା ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ବିଶ୍ୱରେ ଭାରତୀୟ ସେନା ସବୁଠୁ ଶୃଙ୍ଖଳିତ
/sambad/media/post_attachments/wp-content/uploads/2017/10/Indian-Army-Open-Bharti-300x225.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)