ନୂଆଦିଲ୍ଲୀ: ଭାରତୀୟ ସେନା ତାଚ୍ଛଲ୍ୟକର ମନ୍ତବ୍ୟ କମାଇ ଦେବା ଆବଶ୍ୟକ ଏବଂ ଭାରତ କୂଟନୈତିକସ୍ତରରେ ଅପରିପକ୍ୱ ବୋଲି ଚୀନ୍‌ ଓ ପାକିସ୍ତାନକୁ ଆକ୍ଷେପ କଲା ଭଳି ଜେନେରାଲ୍‌ ବିପିନ ରାଓ୍ଵତ୍‌ ନିକଟରେ ଦେଇଥିବା ବିବୃତିକୁ ଉଦ୍ଦେଶ୍ୟ କରି ଆଜିର ସମ୍ପାଦକୀୟରେ ଲେଖିଛି ରାଷ୍ଟ୍ରାୟାତ ଚୀନ୍‌ ଗଣମାଧ୍ୟମ।

Advertisment

ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ଯେ ଭାରତ ସହ ମୁକାବିଲା କରିବାକୁ ଏକାଧିକ ନୀତି ଆବଶ୍ୟକ। ବର୍ଷ ଆରମ୍ଭରୁ ରାଓ୍ଵତ୍‌ ଦେଇ ଆସୁଥିବା ତାଚ୍ଛଲ୍ୟକର ମନ୍ତବ୍ୟ କଥାକୁ ମଧ୍ୟ ସେ ଗଣମାଧ୍ୟମ ଉଦ୍ଦେଶ୍ୟ କରିଛି।

ଗ୍ଲୋବାଲ୍‌ ଟାଇମସ୍‌ ତା’ର ସମ୍ପାଦକୀୟରେ କହିଛି. ମନେହୁଏ ଡୋକଲାମର ତକାତକି ପରିସ୍ଥିତିରୁ ଭାରତ ଶିକ୍ଷା ଗ୍ରହଣ କରିବାରେ ଅସମର୍ଥ ହୋଇଛି। ଯଦି ଭାରତ ଏମିତି ଚିଡ଼ାଏ, ଚୀନ୍‌ ସେନା ଠାରୁ କଠୋର ଦଣ୍ଡ ଭୋଗିବ। ଚୀନ୍‌ ସୀମାରେଖାରେ ମୁକାବିଲା କଲେ ଭାରତ ବହୁ ସାମରିକ କ୍ଷତିର ସମ୍ମୁଖୀନ ହେବ। ନୂଆଦିଲ୍ଲୀ ବେଜିଙ୍ଗ୍‌ ଗ୍ରହଣ କରିଥିବା ବନ୍ଧୁତ୍ୱପୂର୍ଣ୍ଣ ନୀତି ସଶ୍ରଦ୍ଧ ସ୍ମରଣ କରିବା ଉଚିତ।

ଗତ ସପ୍ତାହରେ ରାଓ୍ଵତ୍‌ଙ୍କ ମନ୍ତବ୍ୟକୁ ଉଦ୍ଦେଶ୍ୟ କରି ଗ୍ଲୋବାଲ୍‌ ଟାଇମସ୍‌ ଏ ଭଳି ଲେଖିଛି। ରାଓ୍ଵାତ୍‌ କହିଥିଲେ ଚୀନ୍‌ ସୀମାନ୍ତରେ ଭାରତର ସାମରିକ ଧ୍ୟାନ ରହିବା ଉଚିତ।

publive-image Image Courtesy of China Miltary

ଭାରତ ତା’ର ପଡ଼ୋଶୀମାନଙ୍କୁ ମଧ୍ୟ ଚୀନ୍‌ କଥାରେ ଭଳିଯିବାକୁ ଅନୁମତି ଦେବ ନାହିଁ ବୋଲି ବିପିନ ରାଓ୍ଵାତ କହିଥିଲେ। ନେପାଳ, ଭୁଟାନ, ମିଅାଁମାର, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଆଦି ଦେଶକୁ ସୀମାନ୍ତ ରକ୍ଷା ଯୋଜନାରେ ଭାରତ ସାମିଲ କରିବା ଉଚିତ। ଭାତର ଏ ଭଳି ମାନସିକତାକୁ ଅପରିପକ୍ୱ କୂଟନୀତି ବୋଲି ଗ୍ଲୋବାଲ୍‌ ଟାଇମ୍‌ସ୍‌ ଲେଖିଛି।