ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଥିବା ଭାରତୀୟ ସେନାର ବାରମୁଳା କ୍ୟାମ୍ପରେ ରବିବାର ଜଣେ ସେନା ଅଧିକାରୀ ନିଜକୁ ନିଜେ ଗୁଳି କରି ଜୀବନ ହାରିଛନ୍ତି। ଅପରାହ୍ନ ପ୍ରାୟ ୪.୫୦ରେ ଏହି ଘଟଣା ଘଟିଥିବା ଏକ ସୂତ୍ରରୁ ଜଣାପଡିଛି।

Advertisment

ସେ ଅପରାହ୍ନରେ କ୍ୟାମ୍ପରେ ଥିଲେ। କିନ୍ତୁ କୌଣସି କାରଣରୁ କ୍ୟାମ୍ପ ପରିସରରେ ନିଜେ ଧରିଥିବା ତାଙ୍କ ନିଜ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାର କାରଣ ଜଣାପଡିନାହିଁ। ବିଭାଗୀୟ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି।