ଲଦାଖରେ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଚୀନ୍ ସେନା ଅଟକ ରଖିଥିବା ଖବରକୁ ଖଣ୍ଡନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଲଦାଖରେ ଚୀନ୍ ସେନା ମିଳିତ ‌ପାଟ୍ରୋଲ୍ ପାର୍ଟିକୁ ଅଟକ ରଖିଥିବା ଖବରକୁ ଭାରତୀୟ ସେନାବାହିନୀ ରବିବାର ଦିନ ଖଣ୍ଡନ କରି କହିଛି ଯେ ଏ ଖବର ଠିକ୍ ନୁହେଁ।

ଗତ ସପ୍ତାହରେ ଲଦାଖ‌ର ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଗଣ୍ଡଗୋଳ ହେବା ପରେ ଚୀନ୍‌ର ପିପୁଲ୍‌ସ୍ ଲିବରେସନ୍ ଆର୍ମି ଭାରତୀୟ ସେନାବାହିନୀ ଏବଂ ଇଣ୍ଡୋ-ତିବ୍ବେତାନ୍ ବର୍ଡର୍ ପୁଲିସ୍ କର୍ମଚାରୀଙ୍କ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହୋଇଥିଲା। ଖବରରେ ଆହୁରି ପ୍ରକାଶ ପାଇଥିଲା ଯେ ଅଳ୍ପ ସମୟ ପାଇଁ ଅଟକ ରହିଥିବା ପାଟ୍ରୋଲିଙ୍ଗ୍ ପାର୍ଟିଙ୍କ ଠାରୁ ଚୀନ୍ ସୈନିକମାନେ ବନ୍ଧୁକ ଆଦି ଛଡ଼ାଇ ନେଇଥିଲେ। ଆଞ୍ଚଳିକ ସ୍ତରରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବ ପରେ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଛଡ଼ାଯାଇଥିଲା।

ଏହାଛଡ଼ା ଆହୁରି ମଧ୍ୟ ଖବର ପ୍ରକାଶ ପାଇଛି ଯେ ଚୀନ ସେନା ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିଛି ଏବଂ ପାଙ୍ଗୋଙ୍ଗ୍ ‌ହ୍ରଦରେ ଜୋର୍‌ଦାର୍ ପାଟ୍ରୋଲିଙ୍ଗ୍ କରୁଛି। ଏହା ମଧ ସଠିକ୍ ନୁହେଁ ବୋଲି ଭାରତୀୟ ସେନା କହିଛି।

 

 

ସମ୍ବନ୍ଧିତ ଖବର