ତୁଷାରପାତ ଯୋଗୁଁ ରାସ୍ତାରେ ଫସିଯାଇଥିବା ଅଢ଼େଇ ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ଗ୍ୟାଙ୍ଗଟକ୍‌: ପ୍ରବଳ ତୁଷାରପାତ ଯୋଗୁଁ ଅଧବାଟରେ ଫସି ରହିଯାଇଥିବା ୨୫୦୦ ପର୍ଯ୍ୟଟଙ୍କଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା। ସିକିମ୍‌ର ନାଥୁଲା ପାର୍ବତ୍ୟପଥରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ିମଟର ଅଟକି ରହିଯାଇଥିଲା। ଆଉ ଏଥିରେ ଫସି ରହିଯାଇଥିଲେ ପ୍ରାୟ ଅଢ଼େଇ ହଜାର ପର୍ଯ୍ୟଟକ।


ପ୍ରାୟ ୪ଶହ ଗାଡ଼ି ସହିତ ଅେଢ଼େଇ ହଜାର ପର୍ଯ୍ୟଟକ ତୁଷାରପାତ ଯୋଗୁଁ ନାଥୁଲା ପାର୍ବତ୍ୟପଥରେ ଅଟକି ରହିଥିବା ସୂଚନା ପାଇ ସେନା ପକ୍ଷରୁ ସମସ୍ତଙ୍କୁ ଉଦ୍‌ଦାର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଉଦ୍‌ଧାର ସମସ୍ତ ପର୍ଯ୍ୟଟକଙ୍କୁ ଖାଦ୍ୟ ଔଷଧ ଯୋଗାଇ ଯୋଗାଇ ଦିଆଯାଇଛି।
ଏ ସମ୍ପର୍କରେ ସେନା ପକ୍ଷରୁ ଓ୍ଵିଟ୍‌ କରାଯାଇ କୁହାଯାଇଛି ଯେ ଭାରତୀୟ ସେନା ତୁଷାରପାତ ଯୋଗୁଁ ବାଟରେ ଫସିଯାଇଥିବା ଅଢ଼େଇ ହଜାର ନାଗରିକ ଓ ୪ଶହଟି ଗାଡ଼ିକୁ ଉଦ୍ଧାର କରିଛି। ସମସ୍ତଙ୍କୁ ଉଦ୍ଧାର ପରେ ଖାଦ୍ୟ ,ଆଶ୍ରୟ ସହିତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର