ଗ୍ୟାଙ୍ଗଟକ: ଉତ୍ତର ସିକିମ ଅନ୍ତର୍ଗତ ୧୭, ୫୦୦ ଫୁଟ୍ ଉଚ୍ଚ ଏକ ପାହାଡ଼ିଆ ଚଟାଣ ଅଞ୍ଚଳରେ ବାଟବଣା ହୋଇଯାଇଥିବା ତିନିଜଣ ଚୀନ୍ ନାଗରିକଙ୍କୁ ଭାରତୀୟ ସେନା ଉଦ୍ଧାର କରି ତୁରନ୍ତ ଡାକ୍ତରୀ ସହାୟତା ଯୋଗାଇ ଦେଇଛନ୍ତି। ଘଟଣାଟି ସେପ୍ଟେମ୍ବର ୩ ତାରିଖ ଦିନ ଘଟିଥିଲା।
ଭାରତୀୟ ସେନା କହିଛି ଯେ, ଉଦ୍ଧାର କରାଯାଇଥିବା ଚୀନ୍ ନାଗରିକମାନଙ୍କୁ ସେନା କର୍ମଚାରୀମାନେ ଅମ୍ଳଜାନ, ଖାଦ୍ୟ ଓ ଗରମ ପୋଷାକ ଯୋଗାଇ ଦେଇଥିଲେ। ଏହାଛଡ଼ା ଉପଯୁକ୍ତ ମାର୍ଗଦର୍ଶନ ମଧ୍ୟ କରାଇ ଦେବାରୁ ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ।
Image Courtesy of Live Mintଏ ସଂକ୍ରାନ୍ତରେ ଆଜି ଟୁଇଟ୍ କରି ଭାରତୀୟ ସେନା ଲେଖିଛି, ଉତ୍ତର ସିକିମ ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତର ୧୭, ୫୦୦ ଫୁଟ୍ ଉଚ୍ଚ ଅସହଣୀୟ ଜଳବାୟୁ ଇଲାକାରେ ବାଟବଣା ହୋଇ ଅଟକି ରହିଥିବା ଚୀନ୍ ନାଗରିକମାନଙ୍କୁ ଭାରତୀୟ ସେନା ସାହାଯ୍ୟ କରିବା ସହ ଡାକ୍ତରୀ ସହାୟତା ମଧ୍ୟ ଯୋଗାଇ ଦେଇଛି। ଭାରତୀୟ ସେନା ଦୃଷ୍ଟିରେ ମାନବତା ହିଁ ପରମ।
ତୁରନ୍ତ ଏତେ ସବୁ ସହାୟତା ଯୋଗାଇ ଦେଇଥିବାରୁ ଚୀନ୍ ନାଗରିକମାନେ ଭାରତ ଏବଂ ଭାରତୀୟ ସେନାବାହିନୀକୁ କୃତଜ୍ଞତା ଜ୍ଞାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ndian-army-sikim.jpg)