ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଏକ ଏନ୍କାଉଣ୍ଟର୍ ସମୟରେ ସମ୍ପୃକ୍ତ ଭାରତୀୟ ସେନା କର୍ମଚାରୀମାନେ ‘ଆର୍ମଡ୍ ଫୋର୍ସେସ୍ ସ୍ପେସାଲ୍ ପାୱାର୍ସ ଆକ୍ଟ୍’ (ଏଏଫ୍ଏସ୍ପିଏ) ଅଧୀନରେ ପ୍ରାପ୍ତ କ୍ଷମତାକୁ ଉଲ୍ଲଂଘନ କରିଛନ୍ତି ବୋଲି ପ୍ରାଥମିକ ପ୍ରମାଣ ମିଳିଛି। ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୃତ୍ୟୁ ଘଟଣାରେ କରାଯାଇଥିବା ତଦନ୍ତରୁ ଏହା ଜଣାପଡ଼ିଛି।
ଏହା ମିଥ୍ୟା ଏନ୍କାଉଣ୍ଟର୍ ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ଆତଙ୍କବାଦ ସହ କୌଣସି ସମ୍ପର୍କ ନ ଥିଲା ବୋଲି ତିନି ମୃତବ୍ୟକ୍ତିଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ସେନା କର୍ତ୍ତୃପକ୍ଷ ‘ଅପରେସନ୍ ଆମ୍ସିପୋରା’ ଘଟଣାର ଅଭ୍ୟନ୍ତରୀଣ ତଦନ୍ତ ନିମନ୍ତେ ଆଦେଶ ଦେଇଥିଲେ।
ଭାରତୀୟ ସେନାର କହିବା ଅନୁସାରେ, ତଦନ୍ତରୁ ବାହାରିଥିବା ନିର୍ଦ୍ଦିଷ୍ଟ ପ୍ରାଥମିକ ପ୍ରମାଣରୁ ସୂଚନା ମିଳୁଛି ଯେ, ଏହି ଅଭିଯାନ ସମୟରେ ‘ଏଏଫ୍ଏସ୍ପିଏ’, ୧୯୯୦ ଅଧୀନରେ ନ୍ୟସ୍ତ କରାଯାଇଥିବା କ୍ଷମତାର ଉଲ୍ଲଂଘନ ହୋଇଛି ଏବଂ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଅନୁମୋଦିତ ଏସଓପିର ଅମାନ୍ୟ କରାଯାଇଛି।
Image Courtesy of Zee Newsସେନା ଅଧିକାରୀମାନେ ଦୋଷୀ ବୋଲି କୋର୍ଟ ଅଫ୍ ଇନ୍କ୍ବାରି ଜାଣିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁମୋଦନ କରିଛନ୍ତି। ସେନାବାହିନୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ସେମାନେ ଉତ୍ତରଦାୟୀ ହେବେ।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଏ ବର୍ଷ ଜୁଲାଇ ମାସରେ ‘ଅପରେସନ୍ ଆମ୍ସିପୋରା’ରେ ରାଜୌରୀର ଇମ୍ତିୟାଜ୍ ଅହମଦ୍, ଅବ୍ରାର୍ ଅହମଦ୍ ଏବଂ ମହମ୍ମଦ ଇବ୍ରାର୍ ନାମରେ ତିନି ଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ତିନି ମୃତବ୍ୟକ୍ତିଙ୍କ ‘ଡିଏନ୍ଏ’ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେମାନେ ଆତଙ୍କବାଦ କିଂବା ସେ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ କି, ନାହିଁ ତା’ର ତଦନ୍ତ ଜମ୍ମୁ ଓ କଶ୍ମୀର ପୁଲିସ କରୁଛି।
ଶୁକ୍ରବାର ଦିନ ସେନା ଏକ ବିବୃତିରେ କହିଛି, ଅଭିଯାନର ନୈତିକତା ଅବଲମ୍ବନ କରିବ ବୋଲି ଭାରତୀୟ ସେନା ପ୍ରତିବଦ୍ଧ। ଦେଶର ଆଇନ୍ ପ୍ରକ୍ରିୟାକୁ ପ୍ରଭାବିତ ନ କରି ଏହି ମାମଲାର ସଦ୍ୟତମ ବିବରଣୀ ସବୁ ସାମୟିକ ଭାବେ ପ୍ରଦାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Indian-Army.jpeg)