ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା ଯାହା ସେ ଦଶନ୍ଧି ଧରି ଶିଖି ନଥିଲା: ଭାରତୀୟ ସେନା

ଭାରତୀୟ ସେନା ଏହି ଭିଡିଓ ସେୟାର କରି ଉଲ୍ଲେଖ କରିଛି, ଅପରେସନ ସିନ୍ଦୁର କେବଳ ଏକ କାର୍ଯ୍ୟାନୁଷ୍ଠାନ ନଥିଲା, ଏହା ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା ଯାହା ପାକିସ୍ତାନ ଦଶନ୍ଧି ଧରି ଶିଖି ନଥିଲା।"

ୗସଯଦୗସ

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅପରେସନ ସିନ୍ଦୂର ସହିତ ଜଡିତ ଆଉ ଏକ ନୂଆ ଭିଡିଓ ସେୟାର କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର ଦେଖିବାକୁ ମିଳୁଛି।

ଭାରତୀୟ ସେନା ଏହି ଭିଡିଓ ସେୟାର କରି ଉଲ୍ଲେଖ କରିଛି, 'ଏସବୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିଲା। ମନରେ କୌଣସି କ୍ରୋଧ ନଥିଲା, କ’ଣ ହାସଲ କରିବୁ, କ’ଣ ଲାଭ କରିବୁ ସେ ଆଶା ମଧ୍ୟ  ମନରେ ନ ଥିଲା। ମନରେ କେବଳ ଗୋଟିଏ କଥା ଥିଲା - ଏଥର ଆମେ ଏପରି ଶିକ୍ଷା ଦେବୁ ଯେ ସେମାନଙ୍କ ପିଢ଼ି ପରେ ପିଢ଼ି ଏହାକୁ ମନେ ରଖିଥିବେ। ଏହା ପ୍ରତିଶୋଧର ଭାବନା ନଥିଲା ଥିଲା ନୀରିହଲୋକଙ୍କୁ ନ୍ୟାୟ ଦେବା। 

ଅପରେସନ ସିନ୍ଦୁର କେବଳ ଏକ କାର୍ଯ୍ୟାନୁଷ୍ଠାନ ନଥିଲା, ଏହା ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା ଯାହା ପାକିସ୍ତାନ ଦଶନ୍ଧି ଧରି ଶିଖି ନଥିଲା।"

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ୬-୭ ମଇ ରାତିରେ ସିନ୍ଦୂର ଅପରେସନ୍ କରିଥିଲେ। ଏହି ଅପରେସନ୍ ଅନ୍ତର୍ଗତ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଭାରତୀୟ ସେନା ଟାର୍ଗେଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲେ। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଅପରେସନ ସିନ୍ଦୂର ପରେ, ପାକିସ୍ତାନ ନିରନ୍ତର ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଯାହାର ଭାରତୀୟ ସେନା ଉପଯୁକ୍ତ ଜବାବ ମଧ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe