ସ୍ୱଚ୍ଛତା ଅଭିଯାନ: ବିଯୁକ୍ତ ତାପମାତ୍ରାରେ ସିଆଚେନ ଗ୍ଲେସିୟରରୁ ଭାରତୀୟ ସେନା ୧୩୦ଟନ୍‌ ଅଳିଆ ସଫା କଲା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ‘ସ୍ୱଚ୍ଛତା’ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ  ଭାରତୀୟ ସେନା ବି ନିଜ ଯୋଗଦାନ ଦେଇଛନ୍ତି। ପୃଥିବୀର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ରୂପେ ପରିଚିତ ସିଆଚେନରେ ସ୍ୱଚ୍ଛତା ଅଭିଯାନ ଜରିଆରେ ଏଯାବତ ୧୩୦ଟନ୍‌ ଅଳିଆ ଏକାଠି କରି ସାରିଛନ୍ତ ସେନାର ଯବାନ । ଏଠାରେ ସବୁବେଳେ ତାପମାତ୍ରା ବିଯୁକ୍ତରେ ଥାଏ । ଏଭଳି ପରିସ୍ଥିତରେ ସ୍ୱଚ୍ଛତା ଅଭିଯାନ ଚଳାଇବା ସେନା ପାଇଁ ଏତେ ସହଜ ନ ଥିଲା।

ଭାରତୀୟ ସେନା ୨୦୧୮ ଜାନୁଆରିରେ ସ୍ୱଚ୍ଛ ସିଆଚେନ ଅଭିଯାନ ଆରମ୍ଭ କରିଥିଲା । ଭାରତୀୟ ସେନା ଗତ ୧୯ମାସ ମଧ୍ୟରେ ସିଆଚେନ ଗ୍ଲେସିୟରରୁ ୧୩୦ ଟନ୍‌ ଅଳିଆ ସଫା କରିଛି ବୋଲି ମଙ୍ଗଳବାର ଭାରତୀୟ ସେନାର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।

ସିଆଚେନରୁ  ଅଣାଯାଇଥିବା ୧୩୦.୧୪ଟନ୍‌ରୁ ଅଳିଆରୁ ୪୮.୧୪ଟନ୍‌ ନନ-ବାୟୋଡିଗ୍ରେଡେବଲ ଅଳିଆ ରହିଥିଲା। ସେହିପରି ୪୦ ଟନ୍‌ ପ୍ଲାଷ୍ଟିକ୍‌ ଓ କାଚର ଆଳିଆ ଏଥିରେ ରହିଛି। ଗୋଳାବାରୁଦ ସହିତ ଧାତୁ ସାମଗ୍ରୀର ଆଳିଆ ୪୧.୪୫ ଟନ୍‌ ଥିଲା। ଗ୍ଲେସିୟରରୁ ଏକାଠି କରାଯାଇଥିବା ଆଳିଆ ପାଇଁ ସେନା ଏକ ପେପର ବେଲି ମେସିନ୍‌ ଲଗାଇଛି, ଯାହାକି କାଗଜ ଡବା ଓ ଅନ୍ୟ ସାମଗ୍ରୀକୁ ପରିବର୍ତ୍ତିତ କରି ପୁଣି ବ୍ୟବହାର ଉପଯୋଗୀ କରିଥାଏ।

ସମ୍ବନ୍ଧିତ ଖବର