ପାକିସ୍ତାନୀ ସେନାର ଜଘନ୍ୟ କାଣ୍ଡ : ଭାରତୀୟ ଯବାନଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡବିଖଣ୍ଡ କଲେ, ଚରମ ପ୍ରତିଶୋଧ ନେଲା ଭାରତୀୟ ସେନା, ପ୍ରତିଆକ୍ରମଣରେ ୨ ପାକ କମାଣ୍ଡୋ ମୃତ

ନୂଆଦିଲ୍ଲୀ: ଦେଶରେ ନାଗରିକତା ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଚାଲିଥିବାବେଳେ ପାକିସ୍ତାନୀ ସେନାର ଏକ ଅମାନୁଷିକ କାଣ୍ଡ ସାମନାକୁ ଆସିଛି । ସୋମବାରଦିନ ସଂଧ୍ୟା ସାଢେ ୭ଟା ବେଳେ ପାକିସ୍ତାନୀ ବ୍ୟାଟ୍‌ ଟିମ୍‌ର କମାଣ୍ଡୋମାନେ ନିୟନ୍ତ୍ରଣ ରେଖା ଡେଇଁ ଭାରତୀୟ ସେନାର ଯବାନ ରାଇଫଲମ୍ୟାନ ସୁଖବିନ୍ଦର ସିଂଙ୍କୁ ହତ୍ୟା କରିବା ସହ ଅତ୍ୟନ୍ତ ନିର୍ମମଭାବେ ତାଙ୍କ ମୃତଶରୀରକୁ କ୍ଷତବିକ୍ଷତ କରିଦେଇଛନ୍ତି । ଏକ ଜାତୀୟସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀର ପୁଞ୍ଚ ଜିଲ୍ଲାରେ ଥିବା ସୁନ୍ଦରବନି ସେକ୍ଟରରେ ଥିବା ନାଥୁଆ କା ଟିବ୍ଦା ଅଞ୍ଚଳରେ ପ୍ରବେଶ କରି ଏହି କମାଣ୍ଡୋ ଓ ପାକିସ୍ତାନ ସେନାର ଆଉ କିଛି ଯବାନ ଏକ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ।

 

କିନ୍ତୁ ଭାରତୀୟ ସେନା ଏହି ଘଟଣା ଜାଣିବା ପରେ ତୁରନ୍ତ ଏକ ଅପରେସନ ଆରମ୍ଭ କରି ପାକିସ୍ତାନୀ ଦଳ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସହ ପାକିସ୍ତାନୀ କମାଣ୍ଡୋମାନଙ୍କ ଉପରେ ନିଜ ସାଥୀ ହତ୍ୟାର ଚରମ ପ୍ରତିଶୋଧ ନେଇଥିଲେ ଭାରତୀୟ ବୀର ଯବାନ । ଭାରତୀୟ ସେନାର ଏହି ଆକ୍ରମଣରେ ଦୁଇଜଣ ପାକିସ୍ତାନୀ କମାଣ୍ଡୋ ନିହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ କମାଣ୍ଡୋ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି)ର ସଦସ୍ୟ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର