ଚୀନକୁ ଚିନ୍ତାରେ ପକାଇଲା ଭାରତର ବିଶାଳ ସମରାଭ୍ୟାସ, ୧୪ ହଜାର ଫୁଟ୍‌ ଉଚ୍ଚରେ ଠୁଳ ହୋଇଛନ୍ତି ୧୨ ହଜାର ସୈନ୍ୟ

ବେଜିଂ: ଚୀନ୍‌ ପାଇଁ ଭାରତର ନୂଆ ରଣନୀତି। ୧୪ ହଜାର ଫୁଟ୍‌ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ସମରାଭ୍ୟାସ ଦେଖି ଚୀନ ଛାତିରେ ଛନକା ପଶିଛି। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସବୁଠୁ ବଡ଼ ପାହାଡି ଯୁଦ୍ଧ ଅଭ୍ୟାସ କରୁଛି। ଯାହାର ନାମ ରହିଛି ହିମ ବିଜୟ। ଆଉ ଭାରତୀୟ ସେନାର ଏଭଳି ସମରାଭ୍ୟାସକୁ ଏବେ ଚୀନ୍‌ ବିରୋଧ କରିବା ଆରମ୍ଭ କରିଛି।
ଭାରତୀୟ ସେନା ଏହି ଯୁଦ୍ଧ ଅଭ୍ୟାସ ଏଲଓସିରୁ ୧୦୦ କିଲୋମିଟର ଦୂରରେ ୧୪ ହଜାର ଫୁଟୁ ଉପରେ କରୁଛି। ୩ଟି ଗ୍ରୁପ ହୋଇ ଏହି ଯୁଦ୍ଧ ଅଭ୍ୟାସ କରୁଛି ଭାରତୀୟ ସେନା। ଆଉ ପ୍ରତ୍ୟେକ ଗ୍ରୁପରେ ୪ ହଜାର ସୈନ୍ୟଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୫ ଅକ୍ଟୋବରରେ ଏହି ଯୁଦ୍ଧ ଅଭ୍ୟାସ ସମାପ୍ତ କରିବ ଭାରତୀୟ ସେନା।
ଭାରତୀୟ ସେନା ଏଭଳି ସମୟରେ ଏହି ସମରାଭ୍ୟାସ କରୁଛି ଯେତେବେଳେ ଚୀନ୍‌ ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ହେବାକୁ ଥିବା ବେଳେ ଏଭଳି ଯୁଦ୍ଧ ଅଭ୍ୟାସ କରୁଛି ଭାରତ।

ସମ୍ବନ୍ଧିତ ଖବର