୨୦୩୦ ସୁଦ୍ଧା ଭାରତୀୟ ସେନା ହେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାହିନୀ, ଆମେରିକୀୟ ପତ୍ରିକାର ଦାବି

ନୂଆଦିଲ୍ଲୀ : ୨୦୩୦ ସୁଦ୍ଧା ଭାରତୀୟ ସେନା ବିଶ୍ୱର ଶ୍ରେଷ୍ଠ ୫ଟି ଶକ୍ତିଶାଳୀ ସେନା ମଧ୍ୟରେ ରହିବ ବୋଲି ଆମେରିକୀୟ ପ୍ରତିରକ୍ଷା ପତ୍ରିକା ନ୍ୟାସନାଲ ଇଣ୍ଟରେଷ୍ଟ କହିଛି । ପତ୍ରିକା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ଭାରତୀୟ ସେନା ବିଶ୍ୱର ସବୁଠାରୁ ଲଢୁଆ ସେନାର ମାନ୍ୟତା ପାଇବ । ଏହି ତାଲିକାରେ ଥିବା ଅନ୍ୟ ୪ଟି ଦେଶ ହେଲେ ଫ୍ରାନ୍ସ, ଆମେରିକା, ଚୀନ ଓ ଋଷିଆ ।

 

କିନ୍ତୁ ଏହି ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଭାରତ ପଛକୁ ଫ୍ରାନ୍ସ, ତାପଛକୁ ଋଷିଆ, ଆମେରିକା ଓ ଚୀନ ରହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଯୁଦ୍ଧ କୌଶଳ ଓ ଟେକନଲୋଜୀ ଦୃଷ୍ଟିରୁ ଭାରତୀୟ ସେନା ବିଶ୍ୱର ସବୁଠାରୁ ଲଢୁଆ ବାହିନୀର ମାନ୍ୟତା ପାଇବ । କାରଣ ଭାରତୀୟ ସେନା ବିଶ୍ୱର ଅଳ୍ପକେତୋଟି ସେନା ମଧ୍ୟରେ ଅନ୍ୟତମ ଯାହାକି ସବୁବେଳେ ଲଢେଇ କରିଚାଲିଛି । କଶ୍ମୀର, ଉତ୍ତର-ପୂର୍ବାଞ୍ଚଳରେ ଭାରତୀୟ ସେନା ବର୍ଷତମାମ ଲଢେଇ କରୁଛି । ଏଣୁ ଯୁଦ୍ଧ କୌଶଳ ଓ ତାଲିମ କ୍ଷେତ୍ରରେ ଭାରତୀୟ ସେନାର ଅଭିଜ୍ଞତା ସର୍ବାଧିକ । ଭାରତ ତୁଳନାରେ ଚୀନର ସେନା ବଡ଼ ହୋଇଥିଲେ ମଧ୍ୟ ଏହାର ପ୍ରକୃତ ଯୁଦ୍ଧର ଅଭିଜ୍ଞତା ନାହିଁ । ଅନ୍ୟପକ୍ଷରେ ଭାରତ ସରକାର ଏବେ ନିଜ ସେନାକୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଟେକନଲୋଜୀରେ ସଜ୍ଜିତ କରୁଛନ୍ତି । ଭାରତ ଏବେ ଆମେରିକା, ଇସ୍ରାଏଲ, ଋଷିଆ ଓ ଫ୍ରାନ୍ସରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ଖରିଦ କରୁଛି ।

ସମ୍ବନ୍ଧିତ ଖବର