ଚୀନ ସୀମାରେ ହୋଇଜର୍‌ ଶ୍ରେଣୀୟ ଅତ୍ୟାଧୁନିକ ହାଲୁକା କମାଣ ମୁତୟନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ପୂର୍ବ ଅରୁଣାଚଳ ପ୍ରଦେଶରେ ହୋଇଜର୍‌ ଶ୍ରେଣୀୟ ଅତ୍ୟାଧୁନିକ ହାଲୁକା କମାଣ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି। ଏହା ଖୁବ୍‌ ହାଲୁକା ହୋଇଥିବାରୁ ପାର୍ବତ୍ୟ ଅଞ୍ଚଳରେ ଏହାକୁ ଗୋଟିଏ ସ୍ଥାନ‌ରୁ ଆଉ ଗୋଟିଏ ସ୍ଥାନକୁ ନେବା ଖୁବ୍‌ ସହଜ ହେବ। ହେଲିକପ୍ଟରରେ ବି ନବାଆଣିବା ହୋଇପାରିବ। ୧୫୫ଏମ୍‌ଏମ୍‌/୩୯-କ୍ୟାଲିବରର ଏହି କମାଣ ଚଳିତବର୍ଷ ଶେଷ ସୁଦ୍ଧା ଭାରତୀୟ ସେନାରେ ସାମିଲ୍‌ ହୋଇପାରେ ବୋଲି ସୂଚନା ରହିଛି।

Defence Aviation Post

୨୦୧୬ ମସିହା ନଭେମ୍ବର ମାସରେ ଭାରତ ଆମେରିକାକୁ ୭୫୦ ମିଲିୟନ୍‌ ଡଲାର ବିନିମୟରେ ୧୪୫ କମାଣ ବରାଦ କରିଥିଲା। ୨୪ରୁ ୩୦ କିଲୋମିଟର ଦୂରତାକୁ ଏହା ଗୁୁଳି ନିକ୍ଷେପ କରିପାରିବ। ପାର୍ବତ୍ୟ ଅଞ୍ଚଳରେ ଓଜନଜଦାର ବନ୍ଧୁକଗୁଡ଼ିକ ବ୍ୟବହାର କରିବା ସେତେଟା ସହଜ ହେଉନାହିଁ। ଏପରିକି ଏହି କାରଣରୁ ଉଚିତ ସ୍ଥାନରେ ପହଞ୍ଚିବାକୁ ସୈନିକମାନଙ୍କୁ ଅନେକ ସମୟରେ ଦୁଇ ଦିନ ବି ଲାଗିଯାଇଥାଏ।

ଏହାର ନିର୍ମାତା ଆମେରିକୀୟ କମ୍ପାନି ବିଏଇ ସିଷ୍ଟମ୍‌  ବର୍ତ୍ତମାନ ସେନାକୁ ୨୫ଟି ଏମ୍‌ ୭୭୭ କମାଣ ଯୋଗାଇ ଦେବ ଓ ପରେ ଭାରତ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନାରେ ମହିନ୍ଦ୍ରା ଡିଫେନ୍ସ ଆଉ ୧୨୦ଟି ତିଆରି କରି ସେନାକୁ ପ୍ରଦାନ କରିବ।

ସମ୍ବନ୍ଧିତ ଖବର