ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ପୁଣି ୭୨, ୦୦୦ ସିଗ୍ ସାଉଅର୍ ୭୧୬ ଆସଲ୍ଟ୍ ରାଇଫଲ୍ ପାଇଁ ବରାଦ ଦେବ।
ପ୍ରଥମ ଛେକରେ ଆସିଥିବା ୭୨, ୦୦୦ ରାଇଫଲ୍ ଉତ୍ତର କମାଣ୍ଡ୍ ଏବଂ ଅନ୍ୟାନ୍ୟ ଅପରେସ୍ନାଲ୍ ଅଞ୍ଚଳରେ ବ୍ୟବହାର କରାଯିବାକୁ ସେନାକୁ ହସ୍ତାନ୍ତର କରାଯାଇ ସାରିଛି। ଆତଙ୍କବାଦ ମୁକାବିଲା ଅଭିଯାନ ବଢ଼ାଇବା ଲାଗି ଭାରତୀୟ ସେନା ପ୍ରଥମ ଛେକ ସିଗ୍ ସାଉଅର୍ ରାଇଫଲ୍ ପାଇଥିଲା। ଫାଷ୍ଟ୍-ଟ୍ରାକ୍ ପ୍ରୋକ୍ୟୋର୍ମେଣ୍ଟ୍ ଯୋଜନାରେ ଭାରତ ଏହି ରାଇଫଲ୍ ହାସଲ କରିଥିଲା।
Image Courtesy of India Todayପ୍ରତିରକ୍ଷା ବିଭାଗ ସୂତ୍ର କହିଛି, ସେନାକୁ ମଞ୍ଜୁର କରାଯାଇଥିବା ଆର୍ଥିକ କ୍ଷମତା ଦ୍ବାରା ଆମେ ଏହି ରାଇଫଲ୍ରୁ ଆହୁରି ୭୨୦୦୦ ପାଇଁ ବରାଦ ଦେବୁ।
ଯୋଜନା ମୁତାବକ, ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଆତଙ୍କବାଦ ମୁକାବିଲା ଅଭିଯାନ ଏବଂ ଫ୍ରଣ୍ଟ୍ଲାଇନ୍ ଡିୟୁଟି କରୁଥିବା ସୈନିକମାନେ ପ୍ରାୟ ୧. ୫ ଲକ୍ଷ ବିଦେଶୀ ଇମ୍ପୋର୍ଟେଡ୍ ବ୍ୟବହାର କରିବେ। ବାକି ଯବାନମାନଙ୍କୁ ଭାରତ ଓ ରୁଷ୍ ଦ୍ବାରା ମିଳିତ ଭାବେ ଆମେଠିରେ ଉତ୍ପଦନ କରାଯାଉଥିବା ଏକେ-୨୦୩ ରାଇଫଲ୍ ଯୋଗାଇ ଦିଆଯିବ।
ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ, ୧୬, ୦୦୦ ଲାଇଟ୍ ମେସିନ୍ ଗନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଇସ୍ରାଏଲ୍କୁ ବରାଦ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sig-sauer.jpg)