ଏଣିକି ପେଟ ନ କମେଇଲେ ସେନାରେ ପଦୋନ୍ନତି ମିଳିବ ନାହିଁ

ନୂଆଦିଲ୍ଲୀ : ଏଣିକି ଭାରତୀୟ ସେନାବାହିନୀରେ ଥିବା ପେଟୁଆ ଅଧିକାରୀମାନଙ୍କ ପଦୋନ୍ନତି ଅଟକିବ… ଯଦି ସେମାନେ ନିଜ ପେଟ ନ କମେଇବେ । ଏପରି ଏକ କଡା ନିଷ୍ପତ୍ତି ନେଇଛି ଭାରତୀୟ ସେନା । ଭାରତୀୟ ସେନା ବିଶ୍ୱର ଏକ ଶ୍ରେଷ୍ଠ ଶୃଙ୍ଖଳିତ ସେନା ହିସାବରେ ଜଣାଶୁଣା । କିନ୍ତୁ ବିଗତ କିଛି ବର୍ଷ ଧରି ଯବାନ ଓ ଅଫିସରମାନଙ୍କ ଓଜନ ବଢିଚାଲିଛି । କେତେକଙ୍କର ପେଟ ବାହାରିଯାଇଛି । ଏହାକୁ ନେଇ ସେନା ପକ୍ଷରୁ ନିୟମ କରାଯାଇଛି ଯେ ଯେଉଁ ଯବାନ କିମ୍ବା ଅଫିସର ପେଟ କମାଇବାରେ ବିଫଳ ହେବେ ସେମାନଙ୍କୁ ପଦୋନ୍ନତି ଦିଆଯିବନାହିଁ । ପ୍ରତି ଅଫିସରଙ୍କ ବାର୍ଷିକ ଗୋପନୀୟ ରିପୋର୍ଟରେ ତାଙ୍କର ଦୁଇଟି ଫଟୋ ରହିବ-ଗୋଟିଏ ଫଟୋ ସାମନାରୁ ଉଠାଯିବ ଓ ଅନ୍ୟଟି ଗୋଟିଏ ପାର୍ଶ୍ୱରୁ ଉଠାଯିବ । ଏହା ଫଳରେ ତାଙ୍କର ପେଟ କେତେ ବାହାରିଛି, ସେ କେତେ ମୋଟା ହୋଇଛନ୍ତି ତାହା ଜଣାପଡିବ । ଓଜନ ନ କମିଥିଲେ, ସେ ଫିଟ ନଥିଲେ ତାଙ୍କର ପଦୋନ୍ନତିକୁ ଅଟକେଇ ଦିଆଯିବ ।

ଆମ ପୁଲିସ ବାହିନୀରେ ପେଟୁଆ ଅଫିସରଙ୍କ ସଂଖ୍ୟା ଅଧିକ ଥିବାବେଳେ ସେନାରେ ମଧ୍ୟ ଏପରି ହେବାକୁ ସେନା ବହୁ ଗୁରୁତ୍ୱର ସହ ନେଇଛି । କାରଣ ସେନାର ଯବାନ ଓ ଅଫିସରମାନେ ସବୁବେଳେ ଫିଟ ରହିବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର