ଭାରତୀୟ ସେନା ବ୍ୟବହାର କରିବ ଅତ୍ୟାଧୁନିକ ସିଏଆର ୮୧୬ କାର୍ବାଇନ

ନୂଆଦିଲ୍ଲୀ : ଭାରତୀୟ ସେନାକୁ ଆସଲ୍ଟ ରାଇଫଲ ଯୋଗାଇବ ୟୁଏଇ ଭିତ୍ତିକ କମ୍ପାନି କାରାକାଲ । ଭାରତୀୟ ସେନାକୁ ପ୍ରାୟ ୯୩,୮୯୫ଟି ସିଏଆର ୮୧୬ ଆସଲ୍ଟ ରାଇଫଲ ଯୋଗାଇବ ବୋଲି ଏହି କମ୍ପାନି ଘୋଷଣା କରିଛି ।

ଭାରତୀୟ ସେନା ପାଇଁ ଆସଲ୍ଟ ରାଇଫଲ ଯୋଗାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି କମ୍ପାନିକୁ ଚୟନ କରାଯାଇଛି । ଗତ ୨ ବର୍ଷ ପୂର୍ବେ ଏଥିପାଇଁ ଏକ ଗ୍ଲୋବାଲ ଟେଣ୍ଡର ଡକାଯାଇଥିଲା । ଯେଉଁଥିରେ ଏହି କମ୍ପାନିକୁ ବଛାଯାଇଥିଲା । ଏସବୁ ରାଇଫଲ ଉତ୍ପାଦନ ପାଇଁ କମ୍ପାନି ଭାରତରେ ଏକ କାରଖାନା ସ୍ଥାପନ କରିବ । ଏହି କାରଖାନା ସ୍ଥାପନ ପାଇଁ କମ୍ପାନି ଭାରତରେ ଜମି ଓ ସ୍ଥାନୀୟ ପାର୍ଟନର କମ୍ପାନି ଚୟନ କରିସାରିଛି । ଖୁବଶୀଘ୍ର ଉତ୍ପାଦନ ଆରମ୍ଭ ହେବ ଓ ୧୨ ମାସରେ ୯୩,୮୯୫ଟି ସିଏଆର ୮୧୬ ଆସଲ୍ଟ ରାଇଫଲ ଭାରତୀୟ ସେନାକୁ ଯୋଗାଇ ଦିଆଯିବ ବୋଲି କମ୍ପାନିର ସିଇଓ ହମାଦ ଅଲ ଆମେରି କହିଛନ୍ତି । ସେ କହିଛନ୍ତି ଯେ ୨୦୧୮ରେ ଅନ୍ୟ ପ୍ରମୁଖ ଅନ୍ତର୍ଜାତୀୟ କମ୍ପାନିଙ୍କୁ ପଛରେ ପକାଇ ତାଙ୍କ କମ୍ପାନି ଭାରତୀୟ ସେନାର ଟେଣ୍ଡର ଜିତିଥିଲା ।

ଭାରତୀୟ ସେନା ଏବେ ୯ ଏମଏମ ଷ୍ଟର୍ଲିଂ କାର୍ବାଇନ ବ୍ୟବହାର କରୁଛି । ଏସବୁ କାର୍ବାଇନ ତୁଳନାରେ ସିଆର ୮୧୬ ବେଶ ହାଲକା ଓ ଗୁଳିଗୁଡ଼ିକ ଅଧିକ ବେଗରେ ଯାଇଥାଏ । ଏଣୁ ଏଗୁଡ଼ିକୁ ଭାରତୀୟ ସେନା ବ୍ୟବହାର କରିବ ।

ସମ୍ବନ୍ଧିତ ଖବର