ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ଭାରତୀୟ ସେନା କାହିଁକି ସାଥୀରେ ନେଇଯାଇଥିଲେ ଚିତାବାଘର ମଳ-ମୂତ୍ର ଜାଣନ୍ତୁ

ପୁଣେ: ୨୦୧୬ରେ ସୀମା ଅତିକ୍ରମ କରି ଭାରତ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା, ଯାହାର ଖବର ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ପୂର୍ବତନ ନଗରୋଟା କାପର୍ସ କମାଣ୍ଡର ଲେ. ଜେନେରାଲ ରାଜେନ୍ଦ୍ର ନିମ୍ବୋରକରଙ୍କୁ ସମ୍ମାନିତ କରାଯିବା ପାଇଁ ହୋଇଥିବା କାର୍ଯ୍ୟକ୍ରମରେ ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ୍‌ ସହିତ ଜଡ଼ିତ ଏକ ରୋଚକ ଖବର ଶୁଣିବାକୁ ମିଳିଛି।

କମାଣ୍ଡର ଲେ. ଜେନେରାଲ ରାଜେନ୍ଦ୍ର ନିମ୍ବୋରକରଙ୍କ କହନ୍ତି, କିପରି ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ପାକିସ୍ତାନ ସୀମାର ୧୫କିମି ଭିତରକୁ ଯିବା ପରେ କୁକୁରମାନଙ୍କୁ ଶାନ୍ତି କରିବା ପାଇଁ ଚିତାବାଘର ମଳ-ମୂତ୍ରକୁ ବ୍ୟବହାର କରାଯାଇଥିଲା।

ପୁଣେର ଥୋର୍ଲି ବାଜିରାଓ୍ଵ ପେଶେଓ୍ଵ ପ୍ରତିଷ୍ଠାନର କାର୍ଯ୍ୟକ୍ରମରେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ମନୋହର ଜୋସି ନିମ୍ବୋରକରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ନିମ୍ବୋରକର କହିଥିଲେ, ପାକିସ୍ତାନ ସୀମାର ୧୫କିମି ଦୂରରେ ଥିବା ସ୍ଥାନ ବିଷୟରେ ସେ ପଢ଼ିଥିଲେ। ସେକ୍ଟରରେ ରହୁଥିବା ବେଳେ ନିମ୍ବୋରକର ଦେଖିଥିଲେ କି ଚିତାବାଘ ସର୍ବଦା କୁକୁରମାନଙ୍କ ଉପରେ ଆକ୍ରମଣ କରି ଥାଆନ୍ତି। ନିଜକୁ ଚିତାବାଘ କବଳରୁ ରକ୍ଷା କରିବା ପାଇଁ କୁକୁରମାନେ ରାତିରେ ଏହି ବସ୍ତିରେ ରହୁଥିଲେ। ରଣନୀତି ପ୍ରସ୍ତୁତ କରୁଥିବା ସମୟରେ ଏହି ଗ୍ରାମର ରାସ୍ତା ଦେଇ ଯିବାକୁ ଥିଲା, ତେଣୁ ଏହି ରାସ୍ତା ଦେଇ ଗଲେ କୁକୁରମାନେ ଭୁକିବା ସହିତ ଆକ୍ରମଣ ବି କରି ଥାଆନ୍ତି ବୋଲି ସେମାନେ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ। ଏଥିରୁ ରକ୍ଷା ପାଇବା ପାଇଁ ସେନା ଚିତାବାଘର ମଳ-ମୂତ୍ରକୁ ସାଥୀରେ ନେଇ ଯାଇଥିଲେ ଓ ଏହାକୁ ଗ୍ରାମ ବାହାରେ ଛିଞ୍ଚି ଦେଇଥିଲେ। ଏହା ସଫଳ ମଧ୍ୟ ହୋଇଥିଲା ବୋଲି କହନ୍ତି ପୂର୍ବତନ କମାଣ୍ଡର ନିମ୍ବୋରକର।

ସମ୍ବନ୍ଧିତ ଖବର