ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ସହ ହାତ ମିଳାଇଛି ଭାରତୀୟ ସେନା। ଏକ ପରିବେଶ ଅନୁକୂଳ ପଦକ୍ଷେପ ସ୍ବରୂପ ନୂଆଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର (ବିଦ୍ୟୁତ ଚାଳିତ କାର) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଶକ୍ତି ମନ୍ତ୍ରାଳୟ ଅଧୀନ ରାଷ୍ଟ୍ରାୟତ ଉଦ୍ୟୋଗ ଶକ୍ତି ଦକ୍ଷତା ସେବା ଲିଃ (ଇଇଏସଲ) ସହଭାଗିତାରେ ଏହି ଉପକ୍ରମ ଆରମ୍ଭ କରାଯାଇଛି। ଦିଲ୍ଲୀରେ ସେନା ଅଧିକାରୀଙ୍କ ଉପଯୋଗ ଲାଗି ଇ-କାର ପ୍ରଚଳନ ନିମନ୍ତେ‘ ବିଶ୍ବ ପରିବେଶ ଦିବସ ଅବସରରେ ପରିକଳ୍ପନା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆସିଥିବା ୧୦ଟି ଇ-କାର ଚଳାଚଳ ଆରମ୍ଭ କରିଛି ପ୍ରଥମ ପର୍ଯ୍ୟାୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ହାତକୁ ନିଆଯାଇଥିବା ବେଳେ ଏହା ସଫଳ ହେଲେ ଦିଲ୍ଲୀରେ ଇ-କାର ସ˚ଖ୍ୟା ବୃଦ୍ଧି କରାଯିବ, ଯାହା ସର୍ବନିମ୍ନ ଅଙ୍ଗାର ନିର୍ଗମନ, ମିତବ୍ୟୟିତା ଓ ଦକ୍ଷତା ସୁନିଶ୍ଚିତ କରିବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସେନା ସବୁବେଳେ ଆଗରେ ରହିଆସିଛି। ଭାରତୀୟ ସେନା ନିକଟରେ ସର୍ବାଧିକ ସ˚ଖ୍ୟକ ପ୍ରାଦେଶିକ ସେନା ବାଟାଲିଅନ (ଇକୋ) ରହିଛି। ଏହି ବାଟାଲିୟନ ପରିବେଶ ସୁରକ୍ଷା ଦିଗରେ ବନୀକରଣ ଭଳି ବ୍ୟାପକ କାର୍ଯ୍ୟ କରିଆସିଛି।