ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶରେ ଏକ ୧୮ ଦିନିଆ ଐତିହାସିକ ମିଶନ୍ ସମାପ୍ତ କରି ପୃଥିବୀକୁ ଫେରି ଆସିଛନ୍ତି।
ଶୁଭାଂଶୁଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ସମଗ୍ର ଦେଶ ଗର୍ବିତ। ଏଭଳି ଖୁସିର ସମୟରେ ଶୁଭାଂଶୁଙ୍କ ପିତାମାତାଙ୍କ ଆଖିରୁ ଲୁହ ଆପଣାଛାଏଁ ଝରି ପଡ଼ିଥିଲା। ସେ ୨୦ ଦିନ ପରେ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଐତିହାସିକ ମିଶନ୍ ସମାପ୍ତ କରି ସହଧର୍ମିଣୀ ଓ ପୁଅକୁ ଭେଟିବା ପରେ ଶୁଭାଂଶୁ ବହୁତ ଭାବପ୍ରବଣ ହୋଇଯାଇଥିଲେ।
ମହାକାଶକୁ ଯିବା ପୂର୍ବରୁ ଶୁଭାଂଶୁ ୨ ମାସ ପାଇଁ କ୍ୱାରେଣ୍ଟାଇନ୍ ଥିଲେ। ଏପରି ପରିସ୍ଥିତିରେ ସେ କେବଳ ୮ ମିଟର ଦୂରରୁ ତାଙ୍କ ପରିବାରକୁ ଭେଟିଥିଲେ। ଯାହା ତାଙ୍କ ପାଇଁ ଖୁବ ଚ୍ୟାଲେଞ୍ଜିଂ ଥିଲା। ମହାକାଶରୁ ଫେରିବା ପରେ ଶୁଭାଂଶୁ ପରିବାରକୁ ଆଖି ସାମ୍ନାରେ ଦେଖି ଖୁସିରେ ଆଲିଙ୍ଗନ କରି ପକାଇଥିଲେ।
ତେବେ ଶୁଭାଂଶୁ ମହାକାଶ ଯିବା ଦିନ ଠାରୁ ତାଙ୍କ ଧର୍ମପତ୍ନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଶୁଭାଂଶୁଙ୍କ ଧର୍ମପତ୍ନୀ କାମନା ଶୁକ୍ଳା ଯେ ମହାକାଶଚାରୀଙ୍କ ତୃତୀୟ ଶ୍ରେଣୀର ସାଙ୍ଗ ଏକକଥା ବୋଧ ହୁଏ ଖୁବ କମ ଲୋକ ଜାଣିଥିବେ।