ତାଇଓ୍ଵାନକୁ ନେଇ ଭାରତକୁ ଧମକାଇଲା ଚୀନ

ନୂଆଦିଲ୍ଲୀ : ତାଇଓ୍ଵାନକୁ ନେଇ ଭାରତ ଉପରେ ଚୀନ କ୍ଷୁବ୍ଧ । କାରଣ ଭାରତ ତାଇଓ୍ଵାନକୁ ବୁଡାଜାହାଜ ବା ସବମେରାଇନ ପ୍ରଯୁକ୍ତି ବିକିବାକୁ ଚାହୁଁଛି । କିନ୍ତୁ ତାଇଓ୍ଵାନ ସହିତ ଯେକୌଣସି ସଂପର୍କକୁ ଚୀନ ବିରୋଧ କରୁଛି । ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚିନଓ୍ଵିଙ୍ଗ କହିଛନ୍ତି ଯେ ତାଇଓ୍ଵାନକୁ ସାମରିକ ଟେକନଲୋଜୀ ଦେବାକୁ ଚାହୁଁଥିବା ଦେଶମାନେ ଏହା କରିବା ପୂର୍ବରୁ ଏକ-ଚୀନ ନୀତି କଥା ମନେ ରଖିବା ଉଚିତ । ଏପରି କଲେ ଚୀନ ସହ ସେମାନଙ୍କର ସଂପର୍କ ଖରାପ ହେବ । କେବଳ ଭାରତ ନୁହେଁ ଜାପାନ, ଆମେରିକା ମଧ୍ୟ ତାଇଓ୍ଵାନକୁ ଏହି ଟେକନଲୋଜୀ ପ୍ରଦାନ କରିବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର ଏସୀୟ ଦେଶ ତାଇଓ୍ଵାନ ଓ ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଚୀନ ରାଷ୍ଟ୍ରପତି ସି ଜିନିପିଂ ନିଜର ନୂଆବର୍ଷ ଅଭିଭାଷଣରେ ତାଇଓ୍ଵାନକୁ ଅଧିକାର କରିବା ବିଷୟରେ ପରୋକ୍ଷରେ ଉଲ୍ଲେଖ କରିବା ପରେ ଏହି ବିବାଦ ହଠାତ ତେଜିଛି । ନିଜର ଅଭିଭାଷଣରେ ଚୀନ ରାଷ୍ଟ୍ରପତି କହିଥିଲେ ଯେ ଏହି ‘ସମସ୍ୟା’କୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ସେ ଶାନ୍ତିପୂର୍ଣ୍ଣ ଉପାୟ କଥା କହୁଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ ।

ସମ୍ବନ୍ଧିତ ଖବର