ମହଙ୍ଗା ପଡିଲା ଭାରତ ବିରୋଧୀ ମନ୍ତବ୍ୟ : ମାଲେସିଆରୁ ଖାଇବା ତେଲ ଆମଦାନୀ ବନ୍ଦ କଲେ ଭାରତୀୟ ଆମଦାନୀକାରୀ

ନୂଆଦିଲ୍ଲୀ : ଭାରତ ବିରୋଧୀ ମନ୍ତବ୍ୟ ଦେବା ମାଲେସିଆ ପାଇଁ ମହଙ୍ଗା ପଡିବାର ଆଶଙ୍କା ରହିଛି । କାରଣ ଗୋଟିଏ ପଟେ ଭାରତ ସରକାର ସେଠାରୁ ଖାଇବା ତେଲ (ପାମ ଅଏଲ) ଆମଦାନୀ ବନ୍ଦ କରିବାକୁ ବିଚାର କରୁଥିବାବେଳେ ଅନ୍ୟପଟେ ଆମଦାନୀକାରୀମାନେ ତେଲ ଆମଦାନୀ ବନ୍ଦ କରିସାରିଲେଣି ।

ଭାରତ ସରକାର ଔପଚାରିକଭାବେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନଥିବାବେଳେ ତେଲ ଆମଦାନୀକାରୀମାନେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସ ପାଇଁ କୌଣସି ବୁକିଂ କରିନାହାନ୍ତି । ସରକାର ଆଗକୁ ଆମଦାନୀ ଶୁଳକ ବଢାଇପାରନ୍ତି ବୋଲି ତେଲ ଆମଦାନୀକାରୀମାନେ ଆଶଙ୍କା କରୁଛନ୍ତି । ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିରେ ମାଲେସିଆ ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେବାର ସମ୍ଭାବନା ରହିଛି ।
୨୦୧୯ ସେପ୍ଟେମ୍ବର ଶେଷସୁଦ୍ଧା ଭାରତ ମାଲେସିଆରୁ ପ୍ରାୟ ୩.୯ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଛି । ମାଲେସିଆ ବଦଳରେ ଇଣ୍ଡୋନେସିଆ,ଆର୍ଜେଣ୍ଟିନା ଓ ୟୁକ୍ରେନରୁ ଖାଇବା ତେଲ ଆମଦାନୀ କରିବାକୁ ଭାରତ ବିଚାର କରୁଛି ।

ସମ୍ବନ୍ଧିତ ଖବର