ସକାରାତ୍ମକ ସଂକେତ : ନୂଆବର୍ଷରେ ଭାରତ-ଚୀନ ସେନା ମଧ୍ୟରେ ଉପହାର ଆଦାନପ୍ରଦାନ

ନୂଆଦିଲ୍ଲୀ : ନୂଆବର୍ଷ ଉପଲକ୍ଷେ ଆଜି ଏଲଏସିର ଡେମଚୋକ ଓ ହଟସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଓ ଚୀନ ସେନା ପକ୍ଷରୁ ଉପହାର ଆଦାନପ୍ରଦାନ ହୋଇଥିଲା । ଗତବର୍ଷଠାରୁ ଦୁଇପକ୍ଷ ମଧ୍ୟରେ ଦେଖାଦେଇଥିବା ତିକ୍ତତା ମଧ୍ୟରେ ଏହାକୁ ଏକ ସକାରାତ୍ମକ ସଂକେତ କୁହାଯାଉଛି ।

ହଟସ୍ପ୍ରିଙ୍ଗରେ ଉଭୟ ସେନା ମଧ୍ୟରେ ଗତ ବର୍ଷଠାରୁ ଉତ୍ତେଜନା ଜାରି ରହିଛି । ଡେମଚୋକରେ ଦୁଇପକ୍ଷ ମଧ୍ୟରେ କୌଣସି ସଂଘର୍ଷ ଦେଖାଦେଇନଥିଲେ ବି ଏଠାରେ ଗତବର୍ଷଠାରୁ ଦୁଇଦେଶର ସେନା ରହିଛନ୍ତି । କେବଳ ଏସବୁ ଅଞ୍ଚଳ ନୁହେଁ, ସିକିମ, ଅରୁଣାଚଳ ପ୍ରଦେଶରେ ଥିବା ସୀମାରେ ବି ଦୁଇ ପକ୍ଷ ମଧ୍ୟରେ ଉପହାର ଦିଆନିଆ ହୋଇଥିଲା ।

ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି । ସୈନ୍ୟ ପ୍ରତ୍ୟାହାର ଗତ ମାସରେ ହୋଇଥିବା ଆଲୋଚନାରେ କୌଣସି ସମାଧାନ ବାହାରି ପାରିନଥିଲା ।

 

ସମ୍ବନ୍ଧିତ ଖବର