ଚୀନର ଅନୁପ୍ରବେଶ ଉଦ୍ୟମକୁ ବିଫଳ ହେବା ପରେ ଏବେ ଗୁଳି ଚାଳନା ଦୂରତା ମଧ୍ୟରେ ଟ୍ୟାଙ୍କ ମୁତୟନ କଲେ ଭାରତ-ଚୀନ

ନୂଆଦିଲ୍ଲୀ:  ଭାରତ-ଚୀନ୍ ସୀମାର  ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଦୁଇ ଦେଶର ସେନା ମଧ୍ୟରେ ଦ୍ବିତୀୟ ଥର ସଂଘର୍ଷ ହେବା ପରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ କୂଳରେ ଅବସ୍ଥା ଗମ୍ଭୀର  ହୋଇ ରହିଛି। ମଙ୍ଗଳବାର ବ୍ରିଗେଡ୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଜାରି ରହିଥିବା ବେଳେ ଦୁଇ ଦେଶର ସେନା ପକ୍ଷରୁ  ଗୁଳି ଚାଳନା ଦୂରତାରେ ଟ୍ୟାଙ୍କ ମୁତୟନ କରାଯାଇଛି । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନର ସ୍ଥିତାବସ୍ଥା ଭାଙ୍ଗିବା ଉଦ୍ୟମ କରିବା ପରେ ଭାରତୀୟ ସେନା ବ୍ଲାକ୍ ଟପ୍ ପୋଷ୍ଟକୁ ଅକ୍ତିଆର କରିଥିଲା। ସୂତ୍ରରୁ ପ୍ରକାଶ ଯେ, ଚୀନ୍‌ ଯୁଦ୍ଧ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକୁ ‘ବ୍ଲାକ ଟପ୍’ର ପାଦଦେଶରେ ମୁତୟନ କରିଛି।

Fresh faceoff in Ladakh: India, China military talks to continue over PLA's attempt to alter status quo at LAC | DELHI NYOOOZ
NYOOOZ

ସୂଚନା ମୁତାବକ, ଅଗଷ୍ଟ ୨୯-୩୦ରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଏହା ପରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ବ୍ଲାକ୍ ଟପ୍ ପୋଷ୍ଟରେ ଲଗାଇଥିବା କ୍ୟାମେରା ଏବଂ ସିସିଟିଭି ସିଷ୍ଟମ୍ ଉପକରଣକୁ ବାହାର କରି ଫିଙ୍ଗିବା ସହ ଚୀନ ସେନାର ଉଦ୍ୟମକୁ ବିଫଳ କରିଥିଲା ଭାରତ। ପ୍ରାୟ ୫୦୦ ଯବାନଙ୍କ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ  ଉଦ୍ୟମ ବିଫଳ ହେବା ପରେ ଚୀନ ସେନା ଯୁଦ୍ଧ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକୁ ‘ବ୍ଲାକ ଟପ୍’ର ପାଦଦେଶରେ ମୁତୟନ କରିଛି। ଚୀନ ସେନାକୁ ଜବାବ ଦେବାପାଇଁ ଭାରତ ମଧ୍ୟ ଯୁଦ୍ଧ ଟ୍ୟାଙ୍କ ମୁତୟନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର