ଅଲ-ଖାର୍ଜ: ସାଉଦି ଆରବର ଅଲ-ଖାର୍ଜ ସହରରେ ରବିବାର ଏକ ପ୍ରୋଜେକ୍ଟାଇଲ (କ୍ଷେପଣାସ୍ତ୍ର/ଡ୍ରୋନ୍‌ର ଭଗ୍ନାବଶେଷ) ଖସି ପଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଅଛନ୍ତି। ଜଣେ ବାଂଲାଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ବାଂଲାଦେଶୀ ନାଗରିକ ଆହତ ହୋଇଛନ୍ତି ବୋଲି ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ସିଭିଲ ଡିଫେନ୍ସ ପ୍ରବକ୍ତା କହିଛନ୍ତି, ଅଲ-ଖାର୍ଜର ଏକ ସଫେଇ ଓ ରକ୍ଷଣା‌ବେକ୍ଷଣ କମ୍ପାନିର ମିଲିଟାରୀ ପ୍ରୋଜେକ୍ଟାଇଲ ଆବାସିକ ଅଞ୍ଚଳରେ ରଖାଯାଇଥିବାବେଳେ ଏହା ଖସି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ‌ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଏହାସହିତ ଅନ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି।