ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୩୯ ବର୍ଷୀୟ ଋଣଦାତା ବ୍ୟବସାୟୀ ଉତ୍ତମ ଭଣ୍ଡାରୀଙ୍କୁ ମେ ୧୨ ତାରିଖରେ ଡ୍ୟୁଟିରେ ନ ଥିବା ଉଗାଣ୍ଡାର ଜଣେ କନେଷ୍ଟବଳ ଗୁଳି କରି ହତ୍ୟା କରିଛି। ଉଗାଣ୍ଡା ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ହତ୍ୟାକାଣ୍ଡ ପୂର୍ବପରିକଳ୍ପିତ ଓ ଯୋଜନାବଦ୍ଧ ଥିଲା। ଋଣ ଦେଣ-ନେଣ ବିବାଦକୁ କେନ୍ଦ୍ର କରି ୩୦ ବର୍ଷୀୟ କନେଷ୍ଟବଳ ଇଭାନ ୱାବୱେୟାର ଏକ ଚୋରା ଏକେ-୪୭ ରାଇଫଲ ସାହାଯ୍ୟରେ ଭଣ୍ଡାରୀଙ୍କୁ ହତ୍ୟା କରିଥିବା ପୁଲିସ ପ୍ରକାଶ କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp