୨୮୦ କୋଟି ଟଙ୍କାର ହେରୋଇନ୍‌ ଥିବା ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ ଜବତ କଲା ଭାରତୀୟ ତଟରକ୍ଷୀ

ନୂଆଦିଲ୍ଲୀ: ଗୁଜରାଟ ‘ଆଣ୍ଟି-ଟେରରିଜମ୍‌ ସ୍କ୍ବାଡ୍‌’ ସହିତ ମିଳିତ ଅଭିଯାନ ଚଳାଇ ଆଜି ଭାରତୀୟ ତଟରକ୍ଷୀ ଗୁଜରାଟ ଉପକୂଳ ଅନ୍ତର୍ଗତ ଆରବ ସାଗରରୁ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଥିବା ଗୋଟାଏ ପାକିସ୍ତାନୀ ବୋଟ୍‌ ଜବତ କରିଛନ୍ତି। ଏହି ବୋଟ୍‌ରେ ୯ଜଣ କ୍ରୁ’ ମେମ୍ବର ବା ପରିଚାରକ ଥିଲେ।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଭରତୀୟ ଜଳରାଶିକୁ ପ୍ରବେଶ କରୁଥିବା ପାକିସ୍ତାନୀ ବୋଟ୍‌ ‘ଅଲ୍‌ ହଜ୍‌’କୁ ଭାରତୀୟ ତଟରକ୍ଷୀ ପୋତଗୁଡ଼ିକ ବାଧା ଦେବା ସହ ଅଟକ ରଖିଛନ୍ତି।

Image Courtesy of Zee News

ଉକ୍ତ ବୋଟ୍‌ରୁ ନୌସେନା ତଟରକ୍ଷୀ କର୍ମଚାରୀମାନେ ୨୮୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ପାଇଥିଲେ। ଅଧିକ ତଦନ୍ତ ନିମନ୍ତେ ଉକ୍ତ ବୋଟ୍‌ ଏବଂ ସେଥିରେ ଥିବା ପରିଚାରକମାନଙ୍କୁ ଗୁଜରାଟର କଚ୍‌ ଜିଲ୍ଲାରେ ଥିବା ଜଖାଉ ବନ୍ଦରକୁ ଅଣାଯାଇଛି।

Image Courtesy of ABP Live

ପ୍ରାପ୍ତ ସୂଚନା ଅନୁସାରେ, ଧରାପଡ଼ିଥିବା ୯ଜଣ ପରିଚାରକ ପାକିସ୍ତାନୀ ନାଗରିକ ବୋଲି ଜଣାପଡୁଛି। ଗୁଜରାଟ ଉପକୂଳରେ ଥିବା ମାଛଧରା ବନ୍ଦର ଜାଖାଓ ନିକଟରେ ସେମାନେ ୫୫ କିଲୋ ହେରୋଇନ୍‌ ଚୋରା ଚାଲାଣ କରିବା ନିମନ୍ତେ ଚାହିଁଥିଲେ।

ପାକିସ୍ତାନରୁ ‘ଡ୍ରଗ୍’ ଆସୁଛି ବୋଲି ‘ଏଟିଏସ୍‌’ ପୂର୍ବରୁ ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ସହଯୋଗରେ ସୀମାପାରିରୁ ଆସୁଥିବା ଉକ୍ତ ବ‌ୋଟ୍‌ ଦେଖିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର