ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ହାରାହାରି ବିବାହ ବୟସ ଭିନ୍ନ ଭିନ୍ନ। ଏକ ଅଧ୍ୟୟନ ଫଳାଫଳରୁ ପ୍ରକାଶ ଯେ ବିଶ୍ୱରେ ହାରାହାରି ବିବାହ ବୟସ ୨୧-୩୩ ବର୍ଷ। ଭାରତୀୟମାନେ ହାରାହାରି ୨୨.୮ ବର୍ଷରେ ବିବାହ କରନ୍ତି। ଅନ୍ୟ ଦେଶ ଭଳି ଆମ ଦେଶରେ ମଧ୍ୟ ପୁରୁଷମାନେ, ମହିଳାଙ୍କ ତୁଳନାରେ ବିଳମ୍ବରେ ବିବାହ କରନ୍ତି। ଜର୍ମାନ୍ମାନେ ସବୁଠାରୁ ବିଳମ୍ବରେ ବିବାହ କରନ୍ତି। ସେଠାରେ ହାରାହାରି ବିବାହ ବୟସ ୩୩.୧ ବର୍ଷ। ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ଲୋକେ କମ୍ ବୟସରେ ବିବାହ ପାଇଁ ହରବର ହୁଅନ୍ତିନାହିଁ। ସେଠାରେ ହାରାହାରି ବିବାହ ବୟସ ୨୫.୩ ବର୍ଷ। ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଦ୍ଧାଧିକ ପ୍ରାପ୍ତବୟସ୍କ ଏବେ ଅବିବାହିତ। ସେଠାକାର ହାରାହାରି ୨୭.୯ ବର୍ଷ। ଇଣ୍ଡୋନେସିଆରେ ହାରାହାରି ବିବାହ ବୟସ ସବୁଠାରୁ କମ୍; ୨୧.୯ ବର୍ଷ। ଇରାନରେ ଏହା ୨୫.୨ ବର୍ଷ ଏବଂ ଜାପାନରେ ୩୦.୫ ବର୍ଷ।
ଭାରତୀୟଙ୍କ ହାରାହାରି ବିବାହ ବୟସ: ୨୨.୮ ବର୍ଷ
/sambad/media/post_attachments/wp-content/uploads/2017/11/marriagexl_070517021244.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)