ନୂଆଦିଲ୍ଲୀ: ଭାରତୀୟ କମ୍ପାନି ଗ୍ଲୋବାଲ ଫାର୍ମା ହେଲ୍ଥକେୟାର ଦ୍ବାରା ପ୍ରସ୍ତୁତ ଇଜ୍ରିକେୟାର ଆର୍ଟିଫିସିଆଲ ଟିୟର୍ସ ନାମକ ଆଇ ଡ୍ରପ ଦ୍ବାରା ଦୃଷ୍ଟିଶକ୍ତି ନଷ୍ଟ ହେବା ସହିତ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି ବୋଲି ଆମେରିକା ଅଭିଯୋଗ କରିଛି। ଉକ୍ତ ଔଷଧ ବ୍ୟବହାର ନକରିବା ପାଇଁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଗ୍ରାହକମାନଙ୍କୁ ପରାମର୍ଶ ଦେଇଛି। ଆମେରିକାରୁ ଏଭଳି ରିପୋର୍ଟ ଆସିବା ପରେ ଭାରତୀୟ କମ୍ପାନି ପ୍ରଥମେ ଏହି ବ୍ୟାଚ୍ ଆଇ ଡ୍ରପ୍ ପ୍ରତ୍ୟାହାର କରିଥିଲା।
କିନ୍ତୁ ପରେ ଏହାର ଉତ୍ପାଦନ ବନ୍ଦ କରିଛି। କେତେକ ରିପୋର୍ଟକୁ ଆଧାର କରି ଏଫଡିଏ ସତର୍କ କରାଇଛି ଯେ ଏହାର ବ୍ୟବହାର ଦ୍ବାରା ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇଯାଇପାରେ। ଏଥିସହିତ ରକ୍ତ ସଂକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/58.jpg)