ନ୍ୟୁୟର୍କ: କାଲିଫର୍ଣ୍ଣିଆ ସ୍ଥିତ ୟୋସେମାଇଟ୍ ଜାତୀୟ ପାର୍କରେ ୮୦୦ ଫୁଟ୍ ଉଚ୍ଚତାରୁ ତଳେ ଥିବା ଏକ ଖାଇ ମଧ୍ୟକୁ ଖସିପଡି ଜନୈକ ଭାରତୀୟ ବଂଶଦ୍ଭୋବ ଦମ୍ପତିଙ୍କ ମୁତ୍ୟୁ ହୋଇଯାଇଛି। ମୃତ ଦମ୍ପତ୍ତି ହେଲେ ୨୯ ବର୍ଷୀୟ ବିଷ୍ଣୁ ବିଶ୍ୱନାଥ ଏବଂ ତାଙ୍କ ପତ୍ନୀ ୩୦ ବର୍ଷୀୟା ମୀନାକ୍ଷି ମୂର୍ତ୍ତି। ଉଭୟଙ୍କ ମୃତଦେହ ୟୋସେମାଇଟ ଜାତୀୟ ପାର୍କର ଟାଫ୍ଟ ପଏଣ୍ଟ ପର୍ବତମାଳା ତଳୁ ଠାବ କରାଯାଇଛି। ଟାଫ୍ଟ ପଏଣ୍ଟ ତଳେ ଗଭୀର ଖାଇ ରହିଛି। ଫଳରେ, ଘଟଣା ସଂପର୍କରେ ଖବର ପାଇବା ପରେ ବିଷ୍ଣୁ ଏବଂ ମୀନାକ୍ଷିଙ୍କ ମୃତଦେହ ଖାଇ ମଧ୍ୟରୁ ଉଦ୍ଧାର କରିବା ପାଇଁ ପାକ କର୍ତ୍ତୃପକ୍ଷଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିିଥିଲା। ଏପରିକି ସାହାଯ୍ୟ ପାଇଁ କାଲିଫର୍ଣ୍ଣିଆ ହାଇୱେ ପାଟ୍ରୋଲିଂର ହେଲିକପ୍ଟଟରକୁ ମଧ୍ୟ ଘଟଣାସ୍ଥଳକୁ ଡକା ଯାଇଥିଲା।
/sambad/media/post_attachments/wp-content/uploads/2018/10/A2-5.jpg)
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବିଷ୍ଣୁ ଏବଂ ମୀନାକ୍ଷିଙ୍କ ମୃତଦେହକୁ ସୋମବାର ଦିନ ଖାଇ ମଧ୍ୟରେ ଠାବ କରାଯାଇଥିଲା। ପାର୍କକୁ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ସେମାନଙ୍କ ମୃତଦେହ ଦେଖିବା ପରେ ପାର୍କର ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଖବର ଦେଇଥିଲେ। ପାର୍କର ମୁଖପାତ୍ର ଜେମି ରିଚାର୍ଡସଙ୍କ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା। ତେବେ, ଏମାନେ କିଭଳି ଓ କେଉଁ ପରିସ୍ଥିତିରେ ଟାଫ୍ଟ ପଏଣ୍ଟ ତଳକୁ ଖସିପଡ଼ିଲେ ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।
ବିଷ୍ଣୁ ଏବଂ ମୀନାକ୍ଷିଙ୍କର ବିବାହ ୨୦୧୪ ମସିହାରେ ହୋଇଥିଲା। ଉଭୟେ ସଫ୍ଟୱୟାର ଇଂଜିନିୟର ଥିଲେ ଓ ସେମାନେ ସାନ୍ ଫ୍ରାନସିସକୋରେ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/A1-8.jpg)