ଦୁବାଇରେ ପାକିସ୍ତାନୀର ନାରକୀୟ କାଣ୍ଡ : ଘରେ ପଶି ଭାରତୀୟ ଦମ୍ପତିଙ୍କୁ ହତ୍ୟା

ଦୁବାଇ : ଦୁବାଇରେ ଜଣେ ପାକିସ୍ତାନୀ ଲୁଟେରା ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ଏବଂ ତାଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାନୁଯାୟୀ, ଦୁବାଇର ସାରଜାହାରେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଚଳାଉଥିବା ହିରେନ୍ ଆଦିତ୍ୟ ଆରବିଅନ୍ ରାଞ୍ଚେସ୍‌ଠାରେ ବିରାଟ ବଙ୍ଗଳାରେ ସପରିବାର ରହୁଥିଲେ। ଗତ ୧୮ ତାରିଖ ରାତିରେ ହିରେନ୍ ପତ୍ନୀ ବିଧି ଏବଂ ଦୁଇ ଝିଅ(୧୮, ୧୩)ଙ୍କ ସହ ଶୋଇଥିଲା ବେଳେ ସନ୍ଦିଗ୍ଧ ପାକିସ୍ତାନୀ ଲୁଟେରା ସେମାନଙ୍କ ଘରେ ପଶିଥିଲା। ପ୍ରଥମ ଘରୁ ସେ ଏକ ପର୍ସରେ ଥିବା ୨ ହଜାର ଦିରହାମ୍(୪୧,୨୨୯ ଟଙ୍କା) ହାତେଇବା ସହ ଅଧିକ ଧନଲୋଭରେ ଶୋଇବା ଘରେ ପଶିଥିଲା। ତେବେ ହିରେନ୍ ଉଠିପଡ଼ିବାରୁ ସେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ତାଙ୍କ ଚିତ୍କାର ଶୁଣି ବିଧି ଉଠିପଡ଼ିବାରୁ ତାଙ୍କୁ ମଧ୍ୟ ସେ ହତ୍ୟା କରି ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର