ନୂଆଦିଲ୍ଲୀ: ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଏକ ଭାରତୀୟ ପରିବାରର ଦୁଇ ଜଣ ପିଲା କାଲିଫର୍ନିଆର ସାନ ଡିଏଗୋ ଉପକୂଳରେ ଡଙ୍ଗା ବୁଡ଼ିଯିବାରୁ ନିଖୋଜ ହୋଇଯାଇଛନ୍ତି। ଦୁର୍ଘଟଣାରେ ସମୁଦାୟ ତିନି ଜଣ ବୁଡ଼ି ଯାଇଛନ୍ତି। ତେବେ ପିଲାମାନଙ୍କ ପିତାମାତା ଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି ଏବଂ ସେମାନେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଘଟଣା ସଂପର୍କରେ କହିଛନ୍ତି ଯେ ‘‘ଦୁଇ ଜଣ ଭାରତୀୟ ପିଲା ନିଖୋଜ ଥିବା ବେଳେ ସ୍କ୍ରିପ୍ସ ମେମୋରିଆଲ୍ ହସ୍ପିଟାଲ୍ ଲା ଜୋଲାରେ ସେମାନଙ୍କ ପିତାମାତାଙ୍କ ଚିକିତ୍ସାଧୀନ ଅଛନ୍ତି’’।
ଆମେରିକା ତଟରକ୍ଷୀ ବାହିନୀ ଅନୁଯାୟୀ, ଏହି ଦୁର୍ଘଟଣାରେ ସମୁଦାୟ ଚାରି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣ ଏବେ ବି ନିଖୋଜ ଅଛନ୍ତି। କୋଷ୍ଟଗାର୍ଡର ମୁଖପାତ୍ର ହଣ୍ଟର ସ୍ନାବେଲ ରଏଟର୍ସରେ ଜଣାଇଛନ୍ତି କି ଅଟକ ରଖାଯାଇଥିବା ଦୁଇଜଣ ଚୋରା ଚାଲାଣକାରୀ ବୋଲି ସନ୍ଦେହ କରାଯାଉଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରୁ ଦୁଇଜଣଙ୍କ ଆଘାତ ପାଇଁ ଚିକିତ୍ସା କରାଯାଉଛି ଏବଂ ଅନ୍ୟ ଦୁଇଜଣଙ୍କୁ ହେପାଜତକୁ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/06/lFSRE5o9zpUzVQW5pYsp.jpg)